
ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ ଘଟିଛି । ସେ କିଛିଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ବୋଲି ପୁଅ ପ୍ରତାପ ମହାରଥୀ କହିଛନ୍ତି ।
ସୂଚନାଯୋଗ୍ୟ, ସ୍ବର୍ଗତ ପ୍ରଦୀପ ମହାରଥୀ ଗତବର୍ଷ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତବର୍ଷ ଅକ୍ଟୋବର ୪ ତାରିଖରେ ବିଜୁ ଜନତା ଦଳର ବରିଷ୍ଠ ତଥା ୭ଥର ବିଧାୟକ ଓ ଦୁଇଥର ମନ୍ତ୍ରୀ ରହିଥିବା ରାଜନେତାଙ୍କ ଦେହାନ୍ତ ଘଟିଥିଲା ।

