
ଆମେରିକାରେ ଥିବା ଓଡିଶା ସୋସାଇଟି ଅଫ୍ ଆମେରିକାର ଇତିହାସରେ ପ୍ରଥମଥର ପାଇଁ ଏଇ ମେ ମାସ ୩୦ ତାରିଖ ରବିବାରଦିନ ଜାତୀୟ ନାଟ୍ୟ ଦିବସ ପାଳନ କରାଯାଉଛି । ଏଥିରେ ଆମେରିକାର ବିଭିନ୍ନ ରାଜ୍ୟରୁ ୫ଜଣ ଶିଶୁ ଡ୍ରାମା ସହିତ ମୋଟ ୨୦ଟି ଡ୍ରାମା ୟୁଟ୍ୟବ ମାଧ୍ୟମରେ ପ୍ରସାରିତ ହେବବୋଲି ଏହି ନାଟ୍ୟ ଦିବସର ମୁଖ୍ୟ ସଂଗଠକ ଡା: ବସନ୍ତ ମହାପାତ୍ର ଘୋଷଣା କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ ଯେ ଓଡିଶା ସୋସାଇଟି ଅଫ୍ ଆମେରିକା ଏହି ଜାତୀୟ ନାଟ୍ୟଦିବସକୁ ଓଡିଶାର ଅଗଣିତ କରୋନା ରୋଗୀଂକ ଆରୋଗ୍ୟ ପାଇଁ ଉତ୍ସର୍ଗ କରି ସେମାନଂକ ବ୍ୟୟବହୁଳ ଚିକିତ୍ସାରେ ସହାୟତା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ କରିବାର ଯୋଜନା ଅଛି ବୋଲି ଡା: ମହାପାତ୍ର କହିଛନ୍ତି ।