ବଡ଼ ଘୋଷଣା: ଜୁନ୍ ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବଢିଲା ଲକଡାଉନ୍

ବଡ଼ ଘୋଷଣା: ଜୁନ୍ ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବଢିଲା ଲକଡାଉନ୍

ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ୍ ।

ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି।

କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି ପାଇଥିଲା । ଲକ୍‌ଡାଉନ ଫଳରେ ସଂକ୍ରମଣ ବୃଦ୍ଧି କମୁଥିବା ବକ୍ଷ୍ୟ କରାଯାଉଥିବାରୁ ଏହି ଅବଧିକୁ ତୃତୀୟ ପର୍ପ୍ୟାୟରେ ବୃଦ୍ଧି କରି ଜୁନ୍ ୧୭ ଯାଏଁ ଲକ୍‌ଡାଉନ ହୋଇଛି

ପୂର୍ବ ଅପେକ୍ଷା ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା କମିଛି । ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ୫ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି । ୧୯ଟି ଜିଲ୍ଲାରେ ପିଜିଟିଭ୍ ରେଟ୍ କମୁଛି । ଟେଷ୍ଟିଂ ବଢିଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମିଛି ବୋଲି ଆଜି ସୂଚନା ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

Leave a Reply

Your email address will not be published. Required fields are marked *