
ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ତେବେ ଏହି ତିନୋଟି ଜିଲ୍ଲାରେ ପଜିଟିଭିଟି ହାର 10% ତଳକୁ ଖସିଥିବାରୁ ଲକଡାଉନ୍ ନିୟମରେ ସାମାନ୍ଯ କୋହଳ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ତିନୋଟି ଜିଲ୍ଲାରେ ଲୋକମାନେ ସକାଳ 7 ରୁ 1 ପର୍ଯ୍ୟନ୍ତ ଆବଶ୍ୟକ ଜିନିଷ କ୍ରିୟ ବିକ୍ରୟ ସୁବିଧା ପାଇବେ ଓ ଅନ୍ୟ ସବୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସୋମବାରରୁ ଶୁକ୍ରବାର ସକାଳ 7 ଟାରୁ 11 ଟା ପର୍ଯ୍ୟନ୍ତ ଖୋଲା ରହିବ।
କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍ଡାଉନ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍ଡାଉନ ଅବଧି ବୃଦ୍ଧି ପାଇଥିଲା । ଲକ୍ଡାଉନ ଫଳରେ ସଂକ୍ରମଣ ବୃଦ୍ଧି କମୁଥିବା ବକ୍ଷ୍ୟ କରାଯାଉଥିବାରୁ ଏହି ଅବଧିକୁ ତୃତୀୟ ପର୍ପ୍ୟାୟରେ ବୃଦ୍ଧି କରି ଜୁନ୍ ୧୭ ଯାଏଁ ଲକ୍ଡାଉନ ହୋଇଛି।
ତେବେ ରାଜ୍ୟରେ କରୋନାର ପରବର୍ତ୍ତି ସମୟରେ ମୁକାବିଲା ଏବଂ ଟିକା କରଣରେ ଗତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀର ଭବିଷ୍ୟତର ତରଙ୍ଗକୁ ମୁକାବିଲା କରିବା ତଥା ସ୍ୱାସ୍ଥ୍ୟସେବାକୁ ଆହୁରି କିପରି ମଜବୁତ କରିବେ ସେନେଇ ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି।