ସର୍ତ୍ତମୂଳକ ଜାମିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା, ସର୍ତ୍ତାନୁସାରେ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ –

ସର୍ତ୍ତମୂଳକ ଜାମିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା, ସର୍ତ୍ତାନୁସାରେ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ –

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି । ତିନିଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି । ତିନୋଟି ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ଜମା କରିବା ପରେ ଜାମିନ୍ ପାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଟ୍ରାଏଲ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରମାଣ କରିବାରେ ବିଫଳ ହୁଅନ୍ତି ତେବେ ରାୟର ସପ୍ତାହକ ମଧ୍ୟରେ ଟଙ୍କା ଫେରାଇ ଦିଆଯିବ ।

ଏଥିସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତରେ ନିର୍ଦ୍ଧାରିତ ରହିଛି । ଦୁଇଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ସର୍ତ୍ତ ପୂରଣ କରିବାରେ ସକ୍ଷମ ହେଲେ ତାଙ୍କୁ ଜାମିନ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ କରିଥିବା ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଞ୍ଚ ବିଭାଗ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *