ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ

ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ

ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।

ଖବର ଅନୁଯାୟୀ, ଲକଡାଉନ୍ ସମୟରେ ଭାରତପୁର ଅଞ୍ଚଳରେ ବେଆଇନ ମଦ ଓ ଗଞ୍ଜା କାରବାର ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ଦିଆଯାଇଥିଲା। ଜଣେ ସବ୍-ଇନ୍ସପେକ୍ଟରଙ୍କ  ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରି ଛାନଭିନ ଚଳାଇଥିବାବେଳେ କିଛି ମହିଳାଙ୍କ ସମେତ କିଛି ଲୋକ ବାଡ଼ି ଓ ଲୁହା ରଡରେ ସେମାନଙ୍କୁ ମାଡ ମାରିଥିଲେ। ଏହି ଆକ୍ରମଣରେ ଜଣେ ମହିଳା କନଷ୍ଟେବଳଙ୍କ ଆଘାତ ଲାଗିଛି।

ତେବେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେତେବେଳେ ଆମେ ବେଆଇନ ଜିନିଷ ଜବତ କରିବାକୁ ଚେଷ୍ଟା କଲୁ, ବ୍ୟବସାୟୀ ଏବଂ ତାଙ୍କ ପରିବାର ସଦସ୍ୟ, କିଛି ସହଯୋଗୀଙ୍କ ସହ ବାଡ଼ି ଓ କାଠ ପଟା ଦ୍ୱାରା ଆମକୁ ଗୁରୁତର ଭାବରେ ପିଟିଲେ। ଆମମାନଙ୍କ ମଧ୍ୟରୁ ଅନେକଙ୍କ ମୁଣ୍ଡ, ବେକ ଏବଂ ହାତରେ ଗୁରୁତର ଆଘାତ ଲାଗିଛି। ସେମାନେ ଆମ ଗାଡିକୁ ଅଟକାଇ ଏହାକୁ ନଷ୍ଟ କରିଦେଇଛନ୍ତି। ”

ଦଳ ତୁରନ୍ତ ଭରତପୁର ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲା ଯାହା ପରେ ଅତିରିକ୍ତ ବାହିନୀ ସହିତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରମଣକାରୀ ଦଳ ପୋଲିସକୁ ପୋଲିସକୁ ମଧ୍ୟ ଛାଡି ନଥିଲେ ଉଦ୍ଧାରକାରୀ ଦଳ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଥିଲେ ତେବେ ପୋଲିସ ସେମାନଙ୍କୁ ଘଉଡେଇବାରେ ସଫଳ ହୋଇଥିଲା ଏବଂ ଅବକାରୀ ଅଧିକାରୀଙ୍କୁ ଉଦ୍ଧାର କରିବା ପରେ ଆକ୍ରମଣକାରୀଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରିଥିଲା।

ଏକ୍ସାଇଜ୍ ଟିମ୍ ଦେଇଥିବା ଅଭିଯୋଗକୁ ଆଧାର କରି ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି। ଏହି ଚାରି ଆକ୍ରମଣକାରୀଙ୍କୁ ଆଜି କୋର୍ଟକୁ ପଠାଯିବ। ସରକାରୀ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *