
କରୋନା ମହାମାରୀ ସମୟରେ ସବୁକିଛି ଅନଲାଇନରେ ମିଳିପାରୁଛି । ଲକଡାଉନ କଟକଣା ଜାରି ରହିଥିବାରୁ ମହିଳାମାନେ ସାବିତ୍ରୀରେ ବିଭିନ୍ନ ପୂଜା ସାମଗ୍ରୀ କିଣିବା ଲାଗି ଚିନ୍ତାରେ ପଡିଛନ୍ତି । ତେବେ ମହିଳାମାନଙ୍କ ସାବିତ୍ରୀ ବ୍ରତ ସୁରୁଖୁରୁରେ କରାଇବା ପାଇଁ ଆରମ୍ଭ ହୋଇଛି ମୋ ଭାଇ ୱେବସାଇଟ ।
ସାବିତ୍ରୀ ପୂଜା ପାଇଁ ଯେପରି ମହିଳାମାନେ ସୁରୁଖୁରୁରେ କରିପାରିବେ ତାହାକୁ ନଜରରେ ରଖି ‘ମୋ ଭାଇ’ ୱେବସାଇଟ ମାଧ୍ୟମରେ ସେ ଭୁବନେଶ୍ୱରରେ, କଟକ ଓ ବାଲେଶ୍ଵରରେ ଏହି ସେବା ଯୋଗାଇବ ବୋଲି ଭୁବନେଶ୍ବରର ନିର୍ମାତା ଜ୍ୟୋଜିରଞ୍ଜନ ସାହୁ କହିଛନ୍ତି ।
ୱେବସାଇଟ ମାଧ୍ୟମରେ ଜିନିଷ ଅର୍ଡର କରିବାର ୨୪ ଘଣ୍ଟାରେ ପୂଜା ସାମଗ୍ରୀ ଘରେ ପହଞ୍ଚାଯିବ । ଚଳିତବର୍ଷ ସାବିତ୍ରୀ ଵ୍ରତ ପାଇଁ ଦୁଇଟି ପୁଟୁଳି ବ୍ୟବସ୍ଥା କରିଛନ୍ତି । ଯାହାର ଦର ରହିଛି ୫୦୦ ରୁ ୧୦୦୦ ଟଙ୍କା।
୫୦୦ ଟଙ୍କିଆ ପୁଟୁଳିରେ ୫ ପ୍ରକାରର ଫଳ ଯଥା- ଆମ୍ବ ୧ କେଜି, ଅଙ୍ଗୁର ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଘରେ ଯୋଗାଇ ଦିଆଯିବ । ଏହା ସହ ସାବିତ୍ରୀ ବ୍ରତ ପାଇଁ ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ଇତ୍ୟାଦି ରହିଛି।
ସେହିପରି ୧୦୦୦ ଟଙ୍କିଆ ପୁଟୁଳିରେ ୭ଟି ଭେରାଇଟିର ଫଳ ଯଥା- ଆମ୍ବ ୨ କେଜି, ଅଙ୍ଗୁର, କମଳା, ବେଦନା ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଏହାସହ ସାବିତ୍ରୀ ବ୍ରତ, ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ରହିଛି।
ଆସନ୍ତା ୮ ତାରିଖ ଅର୍ଡରର ଶେଷ ଦିନ ରଖିଛନ୍ତି ବୋଲି ଜ୍ୟୋତିରଞ୍ଜନ କହିଛନ୍ତି । ଅର୍ଡର ଡେଲିଭରି ୩୦ ଟଙ୍କା ଦେୟ ଦେବାକୁ ପଡିବ। ଅର୍ଡର କରିବା ପାଇଁ ୯୧୭୮୪୫୪୪୪୪ ନମ୍ବର ଅଥବା ‘http://www.mobhai.com’ ରେ ମଧ ଅର୍ଡର କରିବାର ସୁବିଧା ରହିଛି।
ଏହି ମୋ ଭାଇ ୱେବସାଇଟରେ ବିଶେଷତଃ ଆମିଷ ଖାଦ୍ୟ ଘରେ ପହଞ୍ଚାଯାଏ । ସେହିପରି ମିଠାଜୀତାୟ ଖାଦ୍ୟ ପଦାର୍ଥ ଓ ବିଭିନ୍ନ ସ୍ବତନ୍ତ୍ର ପର୍ବପର୍ବାଣୀ ପାଇଁ ସ୍ବତନ୍ତ୍ର ପୁଟୁଳି ଓ ମିଠେଇର ଏକ ପେଡି ପ୍ରସ୍ତୁତ କରାଯାଉଥିବାରୁ ଦେଖାଯାଇଛି ।ସେଥିରେ ଫେଣି, ସୋନପାମ୍ପୁଡି, କାକରା, ଲବଙ୍ଗଲତା ଆଦି ରହିଥିବା ଜଣାପଡିଛି ।