
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆୟତକୁ ଆସୁଥିବା ବେଳେ ଦ୍ୱିତୀୟ ଲହରର ଜଟିଳତା ଏବେ ରାଜ୍ୟ ବାସୀଙ୍କ ଭୟ ବଢାଇଛି । ରାଜ୍ୟରେ ଏବେ କରୋନା ରୋଗୀଙ୍କ ଗୁରୁତର ଭାବରେ ଫୁସଫୁସ ସଂକ୍ରମଣ ବୃଦ୍ଧି ପାଉଛି, ଅନ୍ୟପଟେ ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ହେଉଛି ଯେ ରାଜ୍ୟରେ ଫୁସଫୁସ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ସୁବିଧା ନାହିଁ । ବର୍ତମାନ ବହୁ କରୋନା ରୋଗୀଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ ପଡୁଥିବା ବେଳେ ରାଜ୍ୟ ବାସୀଙ୍କୁ ଏହି ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି ।
ବର୍ତମାନ ସୁଦ୍ଧା ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଗତ ସପ୍ତାହ ମଧ୍ୟରେ ୩-୪ ଜଣଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବାହାର ରାଜ୍ୟକୁ ଇକମୋ ଚିକିତ୍ସା ପାଇଁ ପଠାଯାଇ ସାରିଲାଣି । ପ୍ରଥମେ ଭୁବନେଶ୍ୱରର ଅମ୍ରିତ ପ୍ରଧାନଙ୍କୁ ଏୟାର ଲିଫ୍ଟ କରାଯାଇ ଚେନ୍ନାଇ ର ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିବା ବେଳେ ଗତ କାଲି ଭିଜିଲାନ୍ସ ଡିଜି ଦେବାଶିସ୍ ପାଣିଗ୍ରାହୀଙ୍କୁ ମଧ୍ୟ ଏୟାର ଆମ୍ବୁଲାନ୍ସ ଯୋଗେ ବାହାର ରାଜ୍ୟକୁ ପଠାଯାଇଛି ଇକମୋ ଚିକିତ୍ସା ପାଇଁ ଆଉ ଆଜି ଭଦ୍ରକ୍ ର ଯୁବ ଇଞ୍ଜିନିୟର ଅଭିଷେକ୍ ମହାପାତ୍ରକୁ ଏୟାର ଲିଫ୍ଟ କରାଯାଇ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି ଇକମୋ ଚିକିତ୍ସା ପାଇଁ ।
ଅଭିଷେକ୍ ପ୍ରାୟ ଏକ ମାସ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏହାପରେ ଅଭିଷେକ୍ ଙ୍କ ଫୁସଫୁସ ସଂକ୍ରମିତ ହେବାରୁ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକତା ପଡିଥିଲା ଯାହାକୁ ନେଇ ଦୁଇ ଦିନ ହେବ ଅଭିଷେକ୍ ଙ୍କ ପରିବାର ଲୋକ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରି ଆସୁଛନ୍ତି ।
ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଅଭିଷେକ୍ ଙ୍କୁ କୋଲକାତା ପଠାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଅଭିଷକ୍ ଙ୍କୁ ଗ୍ରୀନ କରିଡରରେ ଅଭିଷେକ୍ ଙ୍କୁ ବିମାନବ ବନ୍ଦର ପହଞ୍ଚାଯାଇଥିଲା । ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ଅଭିଷେକ୍ ମହାପାତ୍ରଙ୍କୁ ବିମାନ ବନ୍ଦର ନିଆଯାଇଥିବା ବେଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଅଭିଷେକ୍ଙ୍କ ଅଧିକ ଚିକିତ୍ସା ର ବ୍ୟବସ୍ଥା କରାଯାଇଛି ।
ଆଜି ଅପରାହ୍ନ ପ୍ରାୟ ୨.୫୭ ମିନିଟ୍ ସମୟରେ ଅଭିଷେକ୍ ମହାପାତ୍ରଙ୍କୁ ଭୁବନେଶ୍ୱରରର ଘରୋଇ ହସ୍ପିଟାଲରୁ ବିମାନବନ୍ଦର ଅଭିମୁଖେ ନିଆଯାଇଥିଲା ଏବଂ ମାତ୍ର ୭ ମିନିଟ୍ ସମୟ ଭିତରେ ଗ୍ରୀନ୍ କରିଡର ମଧ୍ୟରେ କଳିଙ୍ଗ ହସ୍ପିଟାଲରୁ ବିମାନ ବନ୍ଦରରେ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଅଭିଷେକ୍ ପହଞ୍ଚିବା ପରେ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି ।