ସାବିତ୍ରୀ ବ୍ରତରେ ସିନ୍ଦୁର ଛଡାଇ ନେଲା କରୋନା-

ସାବିତ୍ରୀ ବ୍ରତରେ ସିନ୍ଦୁର ଛଡାଇ ନେଲା କରୋନା-

ଆଜି ସାବିତ୍ରୀ ବ୍ରତ । ସବୁ ସଧବା ନିଜ ସ୍ୱାମୀ ମାନଙ୍କୁ ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି । ମାତ୍ର ଆଜି ଭଳି ଦିନ ବି ଦୟା ଦେଖାଇଲାନି ନିଷ୍ଠୁର କରୋନା । ସ୍ୱାମୀଙ୍କ ଆରୋଗ୍ୟ ପାଇଁ କାମନା କରି ବ୍ରତ ରଖି ପୂଜା ସାରି ଘରୁ ଫେରିବା ବେଳକୁ ଅପେକ୍ଷା କରିଥିଲା ସ୍ୱାମୀଙ୍କ ମୃତ୍ୟୁ ଖବର । 

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଳକ୍ ରାଜନଗର ଗ୍ରାମରେ । ଗାଁର ମାୟାଧର ପ୍ରଧାନ ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ ଧିରେ ଧିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଧପୁର ଜିମ୍ସା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଆଜି ହଠାତ୍ ମାୟାଧରଙ୍କ ଅକ୍ସିଜେନ୍ ଲେବଲ କମିଯିବାରୁ ସେ ଅତି ଗୁରୁତର ହୋଇ ପଡିଥିଲେ ।

ଏଡି ଖବର ପାଇ ଆଜି ଭଳି ଦିନରେ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ବିଳାସିନୀ ପ୍ରଧାନ ସ୍ୱାମୀଙ୍କ ପାଇଁ ଉପବାସ କରି ତାଙ୍କୁ ଜମ ମୁହଁରୁ ଛଡାଇ ଆଣିବା ପାଇଁ ନିଷ୍ଠାର ସହିତ ବ୍ରତ କରିଥିଲେ ମାତ୍ର ବିଧାତା ବି ତାଙ୍କ ପ୍ରତି ନିଷ୍ଠୁର ହୋଇ ପଡିଲା ।

ଅକ୍ସିଜେନ୍ ଅଭାବରୁ ମାୟାଧରଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ବିଳାସିନୀ । ସାବିତ୍ରୀ ବ୍ରତରେ ବିଳାସିନୀଙ୍କ ସିନ୍ଦୁର ଛଡାଇ ନେଇଛି କରୋନା ।

Leave a Reply

Your email address will not be published. Required fields are marked *