ବନ ବିଭାଗ ୩ ଘଣ୍ଟାର କସରତ ପରେ ଘର ଭିତରୁ ଭାଲୁକୁ ଉଦ୍ଧାର କଲା-

ବନ ବିଭାଗ ୩ ଘଣ୍ଟାର କସରତ ପରେ ଘର ଭିତରୁ ଭାଲୁକୁ ଉଦ୍ଧାର କଲା-

ଘର ଭିତରୁ ଉଦ୍ଧାର ହେଲା ଭାଲୁ । ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି ।

ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ । ଭାଲୁଟି ଏକ କୋଠରୀ ଭିତରେ ପଶି ଯାଇଥିଲା ।

ଭାଲୁ ପଶିଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଝରିଗାଁ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ।

ନବରଙ୍ଗପୁର ଡି.ଏଫ.ଓ.ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଭାଲୁକୁ ଉଦ୍ଧାର କରିବା ଲାଗି ଯନ୍ତା ବସାଇଥିଲେ । ୩ ଘଣ୍ଟା ପରିଶ୍ରମ ପରେ ଭାଲୁଟି ଯନ୍ତାରେ ପଡିଥିଲା । ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ କହିଛି ।

Leave a Reply

Your email address will not be published. Required fields are marked *