ମାଓ ଶିବିରରେ କରୋନା ଭୟ, ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମ ସମର୍ପଣ କଲେ-

ମାଓ ଶିବିରରେ କରୋନା ଭୟ, ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମ ସମର୍ପଣ କଲେ-

ସାରା ଦେଶ ଭଳି ମାଓ ଶିବିରରେ ବି କରୋନା ସଂକ୍ରମଣ ବ୍ୟାପିଛି । ମାସକ ମଧ୍ୟରେ ବିଜାପୁର ଓ କୋତ୍ତାଗୁଡେମ ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ତେବେ ବର୍ତ୍ତମାନ କରୋନା ରେ ସଂକ୍ରମିତ ହେବାର ଭୟ ଏବେ ମାଓବାଦୀଙ୍କୁ ଘରିବାରେ ଲାଗିଛି ଯାହାଫଳରେ ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ ଏକାଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ତିନିଜଣ ମହିଳା ମାଓବାଦୀ ଥିବାବେଳେ ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ କୋତ୍ତାଗୁଡେମ୍ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏହି ତିନିଜଣ ମହିଳା ମାଓବାଦୀ ପୁଲିଗୁଣ୍ଡଲା ଏରିଆ କମିଟିର ସଦସ୍ୟ ବୋଲି ଜଣାପଡିଛି ଏବଂ ଅନ୍ୟପଟେ ବଳକା ୧୬ ଜଣ ଚେରେଲା ଏରିଆ କମିଟିର ମିଲିସିଆ ସଦସ୍ୟ ବୋଲି କୋତ୍ତାଗୁଡେମ୍ ଏସ୍‌ପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *