କଟକ ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କର ମୃତ୍ୟୁ-

କଟକ ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କର ମୃତ୍ୟୁ-

କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଟକ ମଙ୍ଗୁଳି ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାର୍କିଂ କରିଥିବା ଏକ ଆଙ୍ଗେଲ ବୋଝେଇ ଟ୍ରଲର ପଛରେ ପିଟି ହୋଇଥିଲା । ପିକଅପ ଭ୍ୟାନଟି ଚଣ୍ଡିଖୋଲ ପଟରୁ ଆସୁଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ଜୀବନ ଚାଲି ଯାଇଛି ।

ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ନେଉଛି।

Leave a Reply

Your email address will not be published. Required fields are marked *