
ହତ୍ୟା, ଚୋରୀ ଓ ଡକାୟତି ଭଳି ଅପରାଧ ଯେତିକି ମାତ୍ରାରେ ବଢି ଚାଲିଛି ସେତିକି ମାତ୍ରାରେ ନକଲି ଦ୍ରବ୍ୟ କାରବାର ମଧ୍ୟ ବୃଦ୍ଧି ପାଇଛି । ବିଶେଷ କରି ନକଲି ଔଷଧ କାରବାର ଏବେ ରାଜ୍ୟ ବେଧଡକ୍ ଭାବରେ ଜାରି ରହିଛି ଯାହା ରାଜ୍ୟ ପୋଲିସ୍ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ।
ଏଭଳି ସ୍ଥିତିରେ ଆଜି କଟକରେ ନକଲି ଔଷଧ କାରବାରର ମୁଖ୍ୟ ଶିବପ୍ରସନ୍ନ ଜେନାକୁ ଗିରଫ କରିଛି ଏସଟିଏଫ୍ ଟିମ୍ । କରୋନା ମହାମାରୀ ସମୟରେ ବ୍ରାଣ୍ଡେଡ୍ ମେଡିସିନ୍ ଗୁଡିକର ନକଲି ଔଷଧ ବଜାରରେ ବିକ୍ରି କରି କୋଟି କୋଟି ଟଙ୍କାର ଲାଭ ହାସଲ କରୁଥିବା ପୁରା ଗ୍ୟାଙ୍ଗର ବର୍ତମାନ ପର୍ଦ୍ଦଫାଶ ହୋଇଛି ।
ଗତକାଲି କଟକ ନକଲି ଔଷଧ କାରବାର ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଏସଟିଏଫ ଟିମ୍ ଏମାନଙ୍କ ମଧ୍ୟରେ ଶିବ ପ୍ରସନ୍ନ ଜେନାର ସ୍ତ୍ରୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ କଟକରୁ ବିପୁଳ ମାତ୍ରାରେ ନକଲି ଔଷଧ ଜବତ୍ କରାଯାଇଥିଲା ଏବଂ ଆଜି ତାର ମୂଳ ଖୋଜି ପାଇଛି ଏସଟିଏଫ୍ । ପୂର୍ବରୁ କଟକରେ ଏଭଳି ନକଲି ଔଷଧ କାରବାର ର ମୁଖ୍ୟ କାପର୍ଟଦାର ଶିବପ୍ରସନ୍ନ ଜେନା ବୋଲି ଜଣା ପଡିଥିବା ବେଳେ ଏସଟିଏଫ୍ ଟିମ୍ ଆଜି ଶିବପ୍ରସନ୍ନ ଜେନାକୁ ଏହି ମାମଲାରେ ଗିରଫ କରିଛି ।
ତେବେ ଗିରଫ ପରେ ଅଭିଯୁକ୍ତ ମାନଙ୍କୁ ଏସଟିଏଫ ଟିମ୍ ପଚରାଉଚରା ଜାରି ରଖିଛି ଏବଂ ଏହି ମାମଲାରେ ଆଉ କେଉଁ ମାନେ ସମ୍ପୃକ୍ତ ତାକୁ ନେଇ କଟକ ପୋଲିସ୍ ଓ ଏସଟିଏଫ୍ ଟିମ ଖୋଳତାଡ ଚଳାଇଥିବା ସୂଚନା ମିଳିଛି ।
ପୂର୍ବରୁ ପୋଲିସ୍ ହାତରେ ଧରା ପଡିବ ଜାଣି ଶିବପ୍ରସନ୍ନ ଜେନା ପକ୍ଷରୁ ଆଗୁଆ ଜାମିନ୍ ଆବେଦନ କରାଯାଇଥିଲା ମାତ୍ର ଆଜି ତାହା ଖାରଜ ହେବାରୁ ଗିରଫ ୪ ଜଣଙ୍କୁ ଭୁବନେଶ୍ୱର ଝାରପଡା ଜେଲ୍ କୁ ପଠାଇ ଦିଆଯାଇଛି ।