ଡାକ୍ତରଙ୍କ ଲୋଗୋ ଲଗାଇ ଗାଡ଼ିରେ ବେଧଡକ ଚାଲିଛି ଗଞ୍ଜେଇ କାରବାର, ଜଣେ ଗିରଫ

ଡାକ୍ତରଙ୍କ ଲୋଗୋ ଲଗାଇ ଗାଡ଼ିରେ ବେଧଡକ ଚାଲିଛି ଗଞ୍ଜେଇ କାରବାର, ଜଣେ ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ବଡକିଚବ୍ ଗ୍ରାମରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ବିହାର ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ଗଞ୍ଜେଇ ମାଫିଆ କିନ୍ତୁ ଫେରାର ହୋଇପଡିଛି ଡ୍ରାଇଭର । ଏହି ସମୟରେ ଗାଡିରେ ଥିବା ଯୁବକକୁ କାବୁ କରିବା ପରେ କାରକୁ ଯାଞ୍ଚ କରିଛି ପୋଲିସ । ତେବେ ଯାହା ଜଣାପଡ଼ିଛି କାରରେ ଜାଲ ନମ୍ବର ପ୍ଲେଟ୍ ସାଙ୍ଗକୁ ୯ ଟି ବସ୍ତାରେ ପ୍ରାୟ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଛି । ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ଏବଂ ଗାଡ଼ିରେ ଡାକ୍ତରଙ୍କ ଲୋଗୋ ମଧ୍ୟ ଲଗାଯାଇଛି ଯାହାକୁ ନେଇ ଗିରଫ ଯୁବକକୁ ପଚାର ଉଚରା କରୁଛି ପୋଲିସ୍ ।

Leave a Reply

Your email address will not be published. Required fields are marked *