ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମେନକା ଗାନ୍ଧୀଙ୍କ ଅଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା-

ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମେନକା ଗାନ୍ଧୀଙ୍କ ଅଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା-

ସୋସିଆଲ ମିଡିଆରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହେଉଛି। ଏହି ଅଡିଓରେ ସେ ପଶୁ ଚିକିତ୍ସିକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଏହି ଭାଇରାଲ୍ ଅଡିଓରେ ସେ କୁକୁରର ଖରାପ ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଧମକ ଦେଉଥିବାର ଶୁଣିବାକୁ ମିଳୁଛି।

ଅଡିଓ ଭାଇରାଲ ହେବା ମାତ୍ରେ ସେ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି। ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଜୟ ବିଷୋୟୀ ମନେକା ଗାନ୍ଧୀଙ୍କୁ ଟ୍ୱିଟରରେ ବହୁତ ସମାଲୋଚନା କରିଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମେନକା ଗାନ୍ଧୀଙ୍କ ଅଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ଯେଉଁ ସାଂସଦ ଜଣେ ପଶୁ ଚିକିତ୍ସକଙ୍କୁ କଥାବାର୍ତ୍ତା ସମୟରେ ଏଭଳି ଭାଷା ପ୍ରୟୋଗ କରୁଛନ୍ତି । ତାଙ୍କର ସେହି ଭାଷା ପ୍ରୟୋଗ ଦ୍ବାରା ପଶୁ ଚିକିତ୍ସକ କି ଚିକିତ୍ସା ଦେଉଥିବା କାର୍ଯ୍ୟାଳୟ ଘଟିଆ ହେବନି । ପ୍ରମାଣିତ ହେଉଛି ଯେ ମେନକା ଗାନ୍ଧି କିଭଳି ଜଣେ ଘଟିଆ ମହିଳା । ମୁଁ ଲଜ୍ଜିତ ଯେ ସେ ମୋ ଦଳର ସାଂସଦ ।

କୁକୁରର ଭୁଲ ଅସ୍ତ୍ରୋପଚାର ପାଇଁ ଚିକିତ୍ସକଙ୍କୁ ଧମକ ଦେଉଥିବା ଓ ଅପମାନଜନକ ଶବ୍ଦ ବ୍ୟବହାର କରିବା ଦିନଠାରୁ ମେନକା ଗାନ୍ଧୀ ସୋସିଆଲ ମିଡିଆରେ ମଧ୍ୟ ଟାର୍ଗେଟରେ ରହିଆସିଛନ୍ତି।

ମଧ୍ୟପ୍ରଦେଶର ଜବଲପୁର, ନାନାଜୀ ଦେଶମୁଖ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସକମାନେ ମଧ୍ୟ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ କ୍ଷମା ମାଗିବା ପାଇଁ ମେନକା ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ପ୍ରାଣୀ ଚିକିତ୍ସକ ବିକାଶ ଶର୍ମାଙ୍କ ସହ ମେନକା ଗାନ୍ଧୀଙ୍କ ଅପମାନଜନକ ଶବ୍ଦର ଅଡିଓ ଭାଇରାଲ ହେବା ପରେ ଏଠାରେ ଡିଏମ୍ ସମଗ୍ର ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି। ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କମିଟିର ମୁଖ୍ୟ କରାଯାଇଛି। କମିଟି ଅସନ୍ତୁଷ୍ଟ ଡାକ୍ତରଙ୍କୁ ନୋଟିସ ପଠାଇଛି।

ସୂଚନାନୁସାରେ, ଭାଇରାଲ୍ ଅଡିଓରେ ମେନକା ଗାନ୍ଧୀ ତାଙ୍କ ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ବିକାଶ ଶର୍ମାଙ୍କୁ ଦୁର୍ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *