
କରୋନା ମହମାରୀ ପାଇଁ ବନ୍ଦ ହୋଇଯାଇଛି ଲୋକଙ୍କ ରୋଜଗାର । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଛି ମାଲାମାଲ ହେବାର ସୁଯୋଗ ।ଗତକାଲି ଚିତ୍ରକୋଣ୍ଡା ପୋଲିସ ଜାଲରେ ପଡିଛନ୍ତି ଚାରି ଜଣ କ୍ୱାକ୍ ଡାକ୍ତର । ବିନା ଡିଗ୍ରୀରେ ଚାଲିଥିଲା ଡାକ୍ତରୀ ଚିକିତ୍ସା ।
ଲକଡାଉନର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଚାରି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେବା ସହ ଚାଲିଥିଲା ଡାକ୍ତରୀ ଚିକିତ୍ସା । ତେବେ ଗାଁକୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିବା ଚାରି ନକଲି ଡାକ୍ତରଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବାରେ ସଫଳ ହେଇଛି।
ସେମାନଙ୍କ ଠାରୁ ବିପୁଳ ପରିମାଣର ମେଡସିନ୍ ଜବତ ହୋଇଛି । ଗିରଫ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।