ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର-ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।ଗତକାଲି ପାଟନାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମୀ ଓ ନେତା ଶେଷ ଦର୍ଶନ କରି ବିଦାୟ ଦେଇଥିଲେ । ଏହା ପରେ ଶେଷ ଦର୍ଶନ ପାଇଁ ବିହାର ବିଧାନସଭାକୁ ନିଆଯାଇଥିଲା ପାର୍ଥିବ ଶରୀର ।ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବହୁ ବିଶିଷ୍ଟ ନେତା ଓ ବିଧାୟକ ବିଧାନସଭାରେ ରାମବିଳାସ ପାଶୱାନଙ୍କ ଶେଷ ଦର୍ଶନ କରିଥିଲେ ।ଗୁରୁବାର ରାତିରେ ରାମବିଳାସ ପାଶୱାନଙ୍କ ପରଲୋକ ଘଟିଥିଲା । ୭୪ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *