ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି

ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି

ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି ।ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଗତ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପୋଲିସ ଷ୍ଟେସନ ଅନ୍ତର୍ଗତ ଆନ୍ଧ୍ରଡେରା ଗ୍ରାମରେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିବା ବେଳେ ମଧ୍ୟସ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ କ୍ରୋଧ ଜର୍ଜରିତ ସ୍ୱାମୀ ଟ୍ରାକ୍ଟର ଚଢାଇ ହତ୍ୟା କରିଥିବା ଅଭିଯାଗ ହୋଇଛି ।

ସୂଚନା ମୃତକଙ୍କ ନାମ ଅତାବିରା ପୋଲିସ ଷ୍ଟେସନ ଅନ୍ତର୍ଗତ ପରମାନପୁର ଗାଁର ଡି କାଶୀ ବିଶ୍ୱନାଥ ବୋଲି ଜଣାପଡିଛି। ଅଭିଯୁକ୍ତ ଆଲ୍ଲା ସତ୍ୟନାରାୟଣ ଦୁଇ ବର୍ଷ ପୂର୍ବେ ଦ୍ୱିତୀୟ ପତ୍ନୀଙ୍କୁ ଛାଡିଥିଲେ। ଡି କାଶୀ ବିଶ୍ୱନାଥ, ତାଙ୍କ ମାମୁଁ ଡି ରାମବାବୁ ଏବଂ ଅନ୍ୟ ନଅ ଜଣ ଗ୍ରାମବାସୀ ଜୁଲାଇ ୧୪ ରେ ସତ୍ୟନାରାୟଣଙ୍କ ଘରକୁ ଯାଇ ସ୍ୱାମୀ-ସ୍ତ୍ରୀଙ୍କ ସମସ୍ୟାର ସମାଧାନ କରିଥିଲେ। ତେବେ ଉଭୟ ପକ୍ଷଙ୍କ ଆଲୋଚନା ବେଳେ ସତ୍ୟନାରାୟଣ କ୍ରୋଧ ହରାଇ ସେମାନଙ୍କୁ ଟ୍ରାକ୍ଟର ସାହାଯ୍ୟରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ ।

ତେବେ ଏହି ଘଟଣାରେ ବିଶ୍ୱନାଥ ଏବଂ ରାମବାବୁ ଗୁରୁତର ଆହତ ହୋଇ ତୁରନ୍ତ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ଅନ୍ୟ ଗ୍ରାମବାସୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *