ଆସିଲେ ଅନୁଭବ ଦେଖା ମିଳୁନି ବର୍ଷାଙ୍କ, ଅଗଷ୍ଟ ୧୦ ତାରିଖକୁପରବର୍ତ୍ତୀ ଶୁଣାଣି ଘୁଞ୍ଚିଲା-

ଆସିଲେ ଅନୁଭବ ଦେଖା ମିଳୁନି ବର୍ଷାଙ୍କ, ଅଗଷ୍ଟ ୧୦ ତାରିଖକୁପରବର୍ତ୍ତୀ ଶୁଣାଣି ଘୁଞ୍ଚିଲା-

କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କଟକ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। କିନ୍ତୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ନଥିଲେ। ତେଣୁ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦କୁ ସ୍ଥାନାନ୍ତର କରାଯାଇଛି।

ନୂଆଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କ ଛାଡପତ୍ର ଆବେଦନ ସଂପର୍କରେ ଅନୁଭବ ଏବଂ ବର୍ଷା ଜୁଲାଇ ୧୪ରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ।

ବର୍ଷାଙ୍କ ନିବେଦନ ଅନୁଯାୟୀ ଏହି ମାମଲା ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ଜୁଲାଇ ୯ରେ କୋର୍ଟରେ ହାଜର ହୋଇଥିଲେ।

ଜୁଲାଇ ୯ରେ ଏହି ଦମ୍ପତି କୋର୍ଟର ଆପୋଷ ବୁଝାମଣା କେନ୍ଦ୍ରରେ ମଧ୍ୟ ହାଜର ହୋଇଥିଲେ। ପରସ୍ପର ମଧ୍ୟରେ ଥିବା ସମସ୍ୟାର ସମାଧାନ ତଥା ଛାଡପତ୍ରରୁ ଦୂରେଇ ରହିବା ପାଇଁ ଉପାୟ ଖୋଜିବା ପାଇଁ ସେମାନଙ୍କୁ କାଉନସେଲିଂ ଅଧିକାରୀ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *