
ରାଜ୍ୟରେ ଜାରି ରହିଛି ଭିନ୍ନଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ । ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି । କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ଯାଞ୍ଚଞ୍ଚ କରୁଥିବା ସମୟରେ ଏହି ବୋଲେରୋଟିକୁ ଶାଢି ପ୍ୟାକେଟ ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ପାଇଥିଲେ ।
ପୋଲିସ ଏହି ଚାଲାଣରେ ସଂପୃକ୍ତ ବୋଲେରୋକୁ ଜବତ କରିବା ସହ ଗାଡ଼ିର ଡ୍ରାଇଭର ଓ ଜଣେ ଯୁବତୀ ସହ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ବିହାରର ବାସିନ୍ଦା ବୋଲି ଜଣାପଡିଛି ।
ରାଜ୍ୟରେ ଦୈନିକ ଏହିଭଳି ଭିନ୍ନଭିନ୍ନ ଉପାୟରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ବେଳେ ପୋଲିସ କେବଳ ସାମାନ୍ୟ ଚାଲାଣ କାରିଙ୍କୁ କାବୁ କରି ବାହାବା ନେଉଥିବା ବେଳେ ଏପର୍ଯ୍ୟନ୍ତ ନିଶାଦ୍ରବ୍ୟ ବ୍ୟାପାରର ବାହୁବଳି ମାନଙ୍କୁ ଧରିପାରୁ ନାହିଁ ।