
ଟୋକିଓ/ନୁଆଦିଲ୍ଲୀ, ଜୁଲାଇ ୨୪(କୁସୁମ ଟିଭି): ଟୋକିଓ ଅଲିମ୍ପିକ୍ର ଦ୍ୱୀତିୟ ଦିନରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ରେ ପରାସ୍ତ କରି ଏକ ସକାରାତ୍ମକ ଭାବନା ସହ ଅଲିମ୍ପିକ୍ ଅଭିଯାନ କରିଛି । ଭାରତ ଏହି ମ୍ୟାଚ୍ରୁ ତିନି ପଏଣ୍ଟ ପାଇଥିବା ବେଳେ ଏହା ଦଳକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରେରଣା ଯୋଗାଇବ।
ଭାରତ ପାଇଁ ହରମାନପ୍ରୀତ ସିଂ (୨୬ ତମ ଏବଂ ୩୩ ତମ ମିନିଟ୍) ଏକ ଦୁଇଟି ଗୋଲ ହାସଲ କରିଥିବାବେଳେ ରୁପିନ୍ଦର ପାଲ ସିଂ (ଦଶମ ମିଟନିଟରେ) ଭାରତ ପାଇଁ ପ୍ରଥମ ଗୋଲ ହାସଲ କରିଥିଲେ ।
ନ୍ୟୁଜିଲ୍ୟାଣ୍ଡ ପାଇଁ କେନ୍ ରସେଲ (୬ ତମ ମିନିଟ୍) ଏବଂ ଷ୍ଟିଫେନ୍ ଜେନେସ୍ ( ୪୩ ତମ ମିନିଟ୍) ଗୋଲ୍ ସ୍କୋର କରିଥିଲେ। ଆସନ୍ତା ରବିବାର ଦିନ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଖେଳିବ।
ତେବେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ମ୍ୟାଚ୍ ବିଜୟ ପରେ ମହିଳା ଦଳ ଉପରେ ଏବେ ପୁରା ଦେଶବାସିଙ୍କ ନଜର ରହିବ । ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ଏହା ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିବ ।