
ଆସନ୍ତା କାଲିଠୁ ରାଜ୍ୟରେ ଲକଡାଉନ୍ କଟକଣା ହଟିବାକୁ ଯାଉଛି । ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅନଲକ୍ । ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ମଧ୍ୟରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅନଲକ୍ ପର୍ଯ୍ୟାୟ ।ଆଜି ରାଜ୍ୟ ସରକାରଙ୍କ ନିଷ୍ପତି ଅନୂଯାଇ ଅଗଷ୍ଟ ଗାଇଡଲାଇନ୍ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା ।ସାରା ରାଜ୍ୟରେ ଆସନ୍ତା କାଲି ଠାରୁ ସପିଙ୍ଗମଲ, ସିନେମା ହଲ୍, ପାର୍କ, ମନ୍ଦିର, ଅନ୍ୟାନ ଧାର୍ମିକ ଅନୁଷ୍ଠାନ ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି । କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି ।ପୂର୍ବରୁ ଜୁଲାଇ ଗାଇଡଲାଇନ୍ ରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବା ବେଳେ ସପିଙ୍ଗ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ଅନୁମତି ମିଳିନଥିଲା ମାତ୍ର ଅଗଷ୍ଟ ଗାଇଡଲାଇନ୍ ରେ ସବୁ ବଡ଼ ବଡ଼ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ।୫୦ ପ୍ରତିଶତ ଗ୍ରାହକ, କର୍ମଚାରୀଙ୍କୁ ନେଇ ରାଜ୍ୟରେ ସବୁ ବଡ଼ ବଡ଼ ପ୍ରତିଷ୍ଠାନ ଖୋଲିବ ବୋଲି ଆଜି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।ଦ୍ୱିତୀୟ ଲହରର ପ୍ରଭାବ କମିଛି ମାତ୍ର ଭୟ ଏବେବି ରହିଛି ତେଣୁ ଆମକୁ ଏବେବି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ଏସଆରସି କହିଛନ୍ତି ।