
ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ ରାଞ୍ଚି ମଧ୍ୟରେ ସିଧାସଳଖ ବିମାନ ସେବା । ଏନେଇ ଆଜି ଆଲାଏନ୍ସ ଏୟାର କମ୍ପାନୀ ପକ୍ଷରୁ ବିଧିବଧ ଭାବରେ ଘୋଷଣା କରାଯାଇଛି । ଭୁବନେଶ୍ୱର- ରାଞ୍ଚି ମଧ୍ୟରେ ପୂର୍ବରୁ ସିଧାସଳଖ ବିମାନ ଯୋଗାଯୋଗ ନଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାତ୍ର ଏବେ ଏହି ରୁଟ୍ ରେ ବିମାନ ଯୋଗାଯୋଗ ଯାତ୍ରୀ ମାନଙ୍କ ପାଇଁ ସହାୟକ ହେବ ଏବଂ ସହଜରେ ଯାତ୍ରୀ ମାନେ ଯା ଆସ କରିପାରିବେ ବୋଲି ବିମାନ ସେବା ଯୋଗାଉଥିବା କମ୍ପାନୀ ସୂଚନା ଦେଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଏକ ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଚଳାଚଳ କରିବ । ଏହାପରେ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଡ଼ ଏୟାରକ୍ରାଫ୍ଟ ନିୟୋଜିତ କରାଯିବ । ସୂଚନା ଅନୂସାରେ ପ୍ରତ୍ୟକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ ।