କେନ୍ଦ୍ରମନ୍ତ୍ରୀ ପାଶୱାନଙ୍କ ସ୍ଥାନରେ ପିୟୂଷ ଗୋଏଲଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅତିରିକ୍ତ ଦାୟିତ୍ୱ-କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପରଲୋକ ପରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅତିରିକ୍ତ ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ତୁଲାଇବେ । ପୀୟୂଷ ଏବେ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ।ରାମବିଳାସ ପାଶୱାନ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ହାର୍ଟ ଅପରେସନ କରାଯାଇଥିଲା ଏବଂ ଆଉ ଏକ ଅପରେସନ ହେବାକୁ ବାକି ରହିଥିଲା । ମାତ୍ର ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
