
କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଏବେ ଏକ ପ୍ରକାର ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି ।
ମାତ୍ର ଗୋଟିଏ ଦିନରେ ୫୦ ଡେଙ୍ଗୁ ଆକ୍ରାନ୍ତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ଏବେ ବିଏମସିର ମଧ୍ୟ ଚିନ୍ତା ବଢାଇଛି । ଗତ କାଲି ବିଏମସି ଅଞ୍ଚଳରୁ ୫୦ ହେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି ।
ନୂଆ ୫୦ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜଧାନୀ ଭୁବନେଶ୍ୱରରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪ କୁ ବୃଦ୍ଧି ପାଇଛି ।
କ୍ରମାଗତ ଭାବରେ ଭୁବନେଶ୍ୱରର ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସଫେଇ ଓ ସଚେତନନତା କାର୍ଯ୍ୟକ୍ରମ ପରେ ବି ରାଜଧାନୀରେ ଡେଙ୍ଗୁ ବେକାବୁ ହେବାରେ ଲାଗିଛି ।