ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା

ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା

ଶାନ୍ତିପୁର୍ଣ୍ଣ ଆନ୍ଦୋଳନରେ କିଛି ସୁଫଳ ମିଳିଲାନୀ । ଛଟେଇ ପ୍ରତିବାଦରେ ଆଜି ଓସେପା ଅଫିସ ସାମ୍ନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ରାଜ୍ୟରେ ବି ଭିନ୍ନ ସ୍କୁଲରେ ସରକାର ନିଯୁକ୍ତି କରିଥିବା ୪୦୦୦ କମ୍ପ୍ୟୁଟର ଶିକ୍ଷକମାନେ ଆଜି ଏହିପରି ଉପାୟ ଆପଣାଇଛନ୍ତି । ଏପରିକି ସେମାନଙ୍କର ଦାବି ପୁରଣ ନହେବା ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରିବାକୁ ନିଷ୍ପତି ନେଇଛନ୍ତି । 

ତେବେ ଆଗାମୀ ୭ ଦିନ ମଧ୍ୟରେ କୌଣସି ସମାଧାନ ନହେଲେ ଓସେପା ଗେଟରେ ତାଲା ପକାଇ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ପୁର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚୀବ ଏ ବିଷୟରେ ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଏବେ ସଂଘ ପକ୍ଷରୁ ପୁନଃ ଆନ୍ଦୋଳନ ଆରମ୍ଭ କରାଯାଇଛି । 

ତେବେ ଏହି ଆନ୍ଦୋଳନ ସମୟରେ ଫିନାଇଲ ପିଇ ଏବଂ ବ୍ଲେଡ୍ ରେ ହାତ କାଟି ଆତ୍ମାହତ୍ୟା କରିବାକୁ ଚେଷ୍ଟା କରୁଥିବା ସମୟରେ କିଛି ଆନ୍ଦୋଳନାକରିଙ୍କୁ ପୋଲିସ ଉଠେଇ ନେଇଥିଲା । ଏହି ସମୟରେ ଆନ୍ଦୋଳନକାରି ଶିକ୍ଷକ ମାନେ କହିଥିଲେ ଯେ ସେମାନେ ପୁର୍ବରୁ ବାରମ୍ବାର ବିଭାଗକୁ କହିବା ସତ୍ୱେ କୌଣସି ପଦକ୍ଷେପ ନନେବାରୁ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *