
ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଛି । ଏକାକାନୀଳ ୪ଟି ସ୍ଥାନରେ ଚଢଉ ଜାରି ରହିଛି ।
ସୂଚନା ଅନୁସାରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡା ବ୍ଲକ ଟେକନିକାଲ କନସଲଟାଣ୍ଡ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ରେଡ ଚାଲିଛି । ତେବେ ଚଢଉ ହୋଇଥିବା ସ୍ଥାନଗୁଡିକରେ କେନ୍ଦୁଝର ସହର ପବିତ୍ରଡିହା ବାସଭବନ, ସଦର ବ୍ଲକ ରଘୁନାଥପୁର ସ୍ଥିତ ପୈତୃକ ଘର, ଜଳପଶି ସ୍ତିତ ଶ୍ୱଶୂର ଘର ଏବଂ ଯୋଡା କାର୍ଯ୍ୟାଳୟରେ ଜାରି ରହିଛି ଚଢଉ ।
ବର୍ତ୍ତମାନ ସୁଦ୍ଧା ଚଢଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।