ଯୁକ୍ତ3 ଛାତ୍ର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ-

ଯୁକ୍ତ3 ଛାତ୍ର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ-

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ । ବନ୍ଧା ହେଲେ ଯୁକ୍ତ3 ଛାତ୍ର । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ।

ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକର ତୟାପୁଟ ପଞ୍ଚାୟତରେ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିଲା । ଜଣେ ଯୁକ୍ତ 3 ଛାତ୍ର ଛାତ୍ରୀଙ୍କୁ ଅପହରଣ କରି ଶାରୀରିକ ସମ୍ପର୍କ ରଖିଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲା ଆଧାରରେ ପୋଲିସ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯୁକ୍ତ 3 ଛାତ୍ର ଜଣକ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ3 ପଢ଼ନ୍ତି । ସେ ନିଜ ଗାଁ କୁ ବୁଲି ଯାଇଥିବା ବେଳେ ଏପରି କାଣ୍ଡ ଭିଆଇଥିଲେ ।

Leave a Reply

Your email address will not be published. Required fields are marked *