ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡରେ ୩ ବାର ସିଲ୍ : ବିନା ଲାଇସେନ୍ସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତର ଆସର,

ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡରେ ୩ ବାର ସିଲ୍ : ବିନା ଲାଇସେନ୍ସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତର ଆସର,

ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ରଙ୍ଗିନ୍ ହେଉଥିଲା ରାତି ଓ ଖୋଲାଖୋଲି ନିୟମର ଉଲଂଘନ କରାଯାଉଥିଲା । ଏଭଳି ଅଭିଯୋଗ ପାଇବା ପରେ ମଙ୍ଗଳବାର କଟକର ଫ୍ଲାଇଂ ସ୍କାଡ୍ , ଇଆଇବି ଓ ଭୁବନେଶ୍ବର ଅବକାରୀ ଟିମ୍ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ଏକକାଳୀନ ଚଢ଼ାଉ କରିଛନ୍ତି । ବିନା ଲାଇସେନ୍ସରେ ନାଚଗୀତ ଚାଲୁଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ୩ ବାର୍ ଯଥା ଲିଭ୍ – ଇଟ୍ ଅପ୍ , ନସା ଓ ଏକାମ୍ର ବାର୍‌କୁ ଅବକାରୀ ବିଭାଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରି ଦିଆଯାଇଛି । 

ଏହି ୩ ବାର୍‌ର ମ୍ୟୁଜିକ୍ ଓ ଡ୍ୟାନ୍ସପ୍ଲୋର୍ ଲାଇସେନ୍ସ ନ ଥିଲା । ସେହିପରି କଟକ ରୋଡ୍‌ସ୍ଥିତ ସେଲ୍ଫ ଓ ଅଶୋକା ଡ୍ୟାନ୍ସ , ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି ଏବଂ ୟୁନିଟ୍ – ୮ସ୍ଥିତ ଅଜିତ୍ ବାରରେ କୋଭିଡ୍ ଗାଇଡ୍‌ଲାଇନ୍ ଓ ଅବକାରୀ ଆଇନ ଉଲଂଘନ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା । ତେଣୁ ଏଗୁଡିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିସହ ଉକ୍ତ ବାର୍ ରୁ ୧୪ରୁ ଅଧିକ ବଙ୍ଗୀୟ ଯୁବତିଙ୍କୁ ପଚରାଉଚରା କରି ଛାଡି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *