
ଶେଷ ହେଲା ବିଟ୍ରିଶ୍ ଅମଳର ନିୟମ । ଏଣିକି ରାତିରେ ବି ହସ୍ପିଟାଲ ଗୁଡିକରେ ହୋଇପାରିବ ପୋଷ୍ଟମର୍ଟମ । ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ।
ପୂର୍ବରୁ କେବଳ ସଂଧ୍ୟା ୫ ମଧ୍ୟରେ ହସ୍ପିଟାଲ ମାନଙ୍କରେ ପୋଷ୍ଟମର୍ଟମ କରାଯାଉଥିବା ବେଳେ ଏବେ ଏହି ନିୟମ ବଦଳିଛି । ଏଣିକି ଯେ କୌଣସି ସମୟରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ ।
ଯେଉଁ ହସ୍ପିଟାଲ ମାନଙ୍କରେ ସୁବିଧା ଥିବା ସେଠାରେ ରାତିରେ ବି ପୋଷ୍ଟମର୍ଟମ କରାଯାଇପାରିବ ବୋଲି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
କେନ୍ଦ୍ର ପକ୍ଷରୁ ପୂର୍ବ ଶବ ବ୍ୟବଚ୍ଛେଦ ଗାଇଡଲାଇନ୍ କୁ ସଂଶୋଧନ କରାଯାଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।
ବର୍ତ୍ତମାନ କେବଳ ଦିନରେ ତଥା ସଂଧ୍ୟା ୫ ଟା ମଧ୍ୟରେ ଶବବ୍ୟବଚ୍ଛେଦ କରିବାର ନିୟମ ରହିଥିଲା । ତେବେ ଏହି ବିଟ୍ରିଶ୍ ଅମଳର ନିୟମ ଆଜି ଶେଷ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ।