
୧-ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ନିରନ୍ତର ସେବା ପାଇଁ ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ତାଲିକାରେ କିମ୍ସ, ଧନ୍ୟବାଦ ଜଣାଇଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।୨-୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।୩-OAS ସ୍ତରରେ ଅଦଳବଦଳ:ପ୍ରଦୀପ ଗରାଡିଆ SCST ବିଭାଗ ସ୍ବତନ୍ତ୍ର ସଚିବ, ଗଣେଶ୍ୱର ଜେନା ପଣ୍ୟାଗାର ନିଗମର ନିର୍ଦେଶକ, ସରୋଜ କାନ୍ତ ମହାନ୍ତି ହେଲେ ଇଡକୋ ପି ଆଣ୍ଡ ଏ ମୁଖ୍ୟ ମହାପ୍ରବନ୍ଧକ।୪-ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ଘଟଣାର ତଦନ୍ତ କରିବେ ଏଚ୍ଆର୍ପିସି ଇନ୍ସପେକ୍ଟର।୫-ମାଷ୍ଟର କ୍ୟାଣ୍ଟିନ ତାରିଣୀ ମନ୍ଦିରରେ ଚଢିଲା ବୁଲଡୋଜର, ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ହେବ ସ୍ମାର୍ଟ ଜନପଥ।୬-ରୋଷେଇ ଘରର ବଜେଟ୍ ବିଗାଡିଲା ପରିବା ଦର, ଆଗକୁ ଆହୁରି ବଢିବ ଦାମ।୭-୩୯ ଲକ୍ଷ ଚୋରି ମାମଲା:ମାଟି ଖୋଳି ୩୨ ଲକ୍ଷ ଉଦ୍ଧାର କଲା ସମ୍ବଲପୁର ପୁଲିସ- ୪ ହୋଟେଲ କର୍ମଚାରୀ ଗିରଫ।୮-ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ! ୧୦ ଦିନ ଭିତରେ ସବୁ ଜେଲ୍ ପାଇଖାନା ହେବ ସୁବ୍ୟବସ୍ଥିତ।୯-କୋରାପୁଟ: ଫିଟନେସ୍ ଯାଞ୍ଚ ବେଳେ ସ୍କୁଲ ବସ୍କୁ ଜରିମାନା। ସ୍କୁଲ ବସ୍ ଉପରେ ୪ ଲକ୍ଷ ଫାଇନ୍ କାଟିଲା ପରିବହନ ବିଭାଗ।୧୦-ରାଜଧାନୀରେ ବଢୁଛି ତାତି, ବିଭିନ୍ନ ଜାଗାରେ ଜଳଛତ୍ର ଖୋଲୁଛନ୍ତି ଅନେକ ସାମାଜିକ ଅନୁଷ୍ଠାନ।୧୧-ଭୁବନେଶ୍ୱରରୁ ଗିରଫ ୨ କୋକେନ୍ ମାଫିଆଙ୍କର ସ୍ୱିଜରଲ୍ୟାଣ୍ଡ-ଚୀନ୍-ଫ୍ରାନ୍ସ-ଆମେରିକା-ଥାଇଲାଣ୍ଡ ସହ ଲିଙ୍କ ଥିବା ସୂଚନା।୧୨-ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ନୂଆମୋଡ଼: ଅଢେଇ ମାସ ପରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା ହେଲା ରୁଜୁ।୧୩-ପୁଲିସ, ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ତାଗିଦା : ଟିଭି ବିତର୍କରେ ଅପରାଧର ପ୍ରମାଣ ପ୍ରକାଶ କର ନାହିଁ।୧୪-ଅଜୟ କୁମାର ସୁଦ ନୂଆ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା, କେନ୍ଦ୍ରୀୟ କ୍ୟାବିନେଟ କମିଟି ଦେଲେ ମଞ୍ଜୁରୀ।୧୫-IPL 2022: ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ, ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।୧୬-ନୂଆ ଦିଲ୍ଲୀ:ଦ୍ରୁତ ଗତିରେ ବଢୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଏକ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ- ଜଣଙ୍କର ମୃତ୍ୟୁ।