ଭାରତରେ ୨୦୨୫ ଦିନିକିଆ ମହିଳା ବିଶ୍ବକପ୍‌

ଭାରତରେ ୨୦୨୫ ଦିନିକିଆ ମହିଳା ବିଶ୍ବକପ୍‌

୨୦୨୪ରୁ ୨୦୨୭ ମସିହା ମଧ୍ୟରେ ଖେଳାଯିବାକୁ ଥିବା ୪ଟି ଆଇସିସି ମହିଳା ପ୍ରତିଯୋଗିତା ଭିତରୁ ତିନିଟି ଭାରତୀୟ ଉପମହାଦେଶରେ ଆୟୋଜିତ ହେବ। ୨୦୨୫ ମସିହାର ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ ଭାରତରେ ଅନୁଷ୍ଠିତ ହେବାକୁ ଅଧିକାର ମିଳିଛି। ସେହିଭଳି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇଟି ସଂସ୍କରଣ ୨୦୨୪ରେ ବାଂଲାଦେଶରେ ଏବଂ ୨୦୨୬ରେ ଇଂଲଣ୍ଡରେ ଖେଳାଯିବ। ଯୋଗ୍ୟତା ଅର୍ଜନ କରିପାରିଲେ ୨୦୨୭ ଟ୍ବେଣ୍ଟି-୨୦ ଚାମ୍ପିଅନ୍ସ ଟ୍ରଫି ଶ୍ରୀଲଙ୍କାରେ ‌ଅନୁଷ୍ଠିତ ହେବ। ମାର୍ଟିନ ସ୍ନିଡେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଇସିସି ବୋର୍ଡ ସବ କମିଟି ବୈଠକ ପରେ ଏହି ସୂଚନା ମିଳିଛି। ଏହି‌ ବୈଠକରେ କ୍ଲେୟାର କନ୍ନୋର, ସୌରଭ ଗାଙ୍ଗୁଲି ଓ ରିକି ସ୍କେରିଟ୍‌ ଅଂଶଗ୍ରହଣ କରିଥିଲେ। କ୍ରିକେଟର୍‌ ବୃହତ ବଜାରକୁ ନଜରରେ ରଖି ପ୍ରଶଂସକଙ୍କ ସହ ଯୋଡ଼ିହେବାକୁ ଆମେ ଏଭଳି ଖସଡା ପ୍ରସ୍ତୁତ କରିଛୁ ବୋଲି ଆଇସିସି ଅଧ୍ୟକ୍ଷ ଗ୍ରେଗ୍‌ ବା‌ର୍କଲେ ପ୍ରକାଶ କରିଛନ୍ତି। ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌କୁ ଆମେ ସ୍ମରଣୀୟ କରି ଛାଡିବୁ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ‌ସାହା। ୨୦୦୯ ପରେ ଇଂଲଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରିବ। ୨୦୧୭ରେ ଦିନିକିଆ ମହିଳା ବିଶ୍ବକପ୍ ଆ‌‌‌ୟୋଜନ କରି ଇଂଲଣ୍ଡ ମଧ୍ୟ ମହିଳା କ୍ରିକେଟ୍‌ର ପ୍ରସାରରେ ବଡ଼ ଭୂମିକା ତୁଲାଇଥିଲା ବୋଲି ଇସିବିର ଅନ୍ତରୀଣ ସିଇଓ କ୍ଲେୟାର କନ୍ନୋର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *