ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର

ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର

ଜମ୍ମୁ-କାଶ୍ମୀରରେ ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ବାଦଲଫଟା ବର୍ଷା ଯୋଗୁ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ସାମ୍ନାକୁ ଆସିଥିବା ବିପର୍ଯ୍ୟୟର ଫଟୋ ଏବଂ ଭିଡିଓ ସମସ୍ତଙ୍କ ଛାତି ଥରାଇ ଦେଇଥିଲା। ସୂଚନା ମୁତାବକ, ଅମରନାଥ ଗୁମ୍ଫା ନିକଟ ପାହାଡ଼ ଉପରେ ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁ ସେଠାରେ ପୁଣି ବନ୍ୟା ଆସିଛି। ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି। ଏଥି ସହିତ ସେଠାରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଉଛି। ଏବେ ସୁଦ୍ଧା ପାଖାପାଖି ୪ ହଜାର ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ବର୍ତ୍ତମାନ ସ୍ଥିତି କାବୁରେ ଥିବା କୁହାଯାଇଛି। କହି ରଖୁଛୁ, ଚଳିତ ମାସ ବାବା ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ଆସିଥିଲା। ଏଥିରେ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କିଛି ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଶ୍ରଦ୍ଧାଳୁଙ୍କ କ୍ୟାମ୍ପ୍‌ ପାଣିରେ ଭାସି ଯାଉଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *