ଅଗଷ୍ଟ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ

ଅଗଷ୍ଟ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ

ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ ଘୋଷଣା କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କୋଭିଡ୍‌ ସମସ୍ୟା ଭିତରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ପ୍ରାୟ ଦୁଇ ମାସ ବିଳମ୍ବରେ ଏପ୍ରିଲ ଶେଷ ସପ୍ତାହରୁ ପରୀକ୍ଷା ଆରମ୍ଭ ହୋଇଥିଲା। ବହୁତ କମ୍‌ ସମୟ ମଧ୍ୟରେ ପରୀକ୍ଷା ଶେଷ କରି ଫଳ ପ୍ରକାଶ କରାଯାଇଛି। ବିଜ୍ଞାନ ଓ ବାଣିଜ୍ୟ ଖାତା ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଥିଲା। ଏକ ଲକ୍ଷରୁ କମ୍‌ ପରୀକ୍ଷାର୍ଥୀ ରହିଥିବାରୁ ଜୁଲାଇ ଭିତରେ ଫଳ ପ୍ରକାଶ କରାଯାଇପାରିଲା। କଳା ଓ ଧନ୍ଦାମୂଳକ ବିଭାଗର ମୂଲ୍ୟାୟନ ଶେଷ ହୋଇଛି। ଟାବୁଲେସନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୮ ତାରିଖରେ ଫଳ ପ୍ରକାଶ କରାଯିବ। ସମସ୍ତ ୪ଟି ବିଭାଗ ପରୀକ୍ଷା ଫଳ ପ୍ରକାଶ ପରେ ଯାଇ ଇ-ଆଡିସନ୍‌ ମାର୍କ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *