ପ୍ରେମିକାର ବାପାକୁ ଫସାଇବାକୁ ନାଟକ ରଚିଲା ପ୍ରେମିକ,

ପ୍ରେମିକାର ବାପାକୁ ଫସାଇବାକୁ ନାଟକ ରଚିଲା ପ୍ରେମିକ,

ସୁଲତାନପୁର ୨୯/୦୧: ୨୦ ବର୍ଷୀୟ ଜିତେନ୍ଦ୍ର କୁମାର ଆମେଥିରେ ରହୁଛି। ସେ ଜଣେ ଝିଅକୁ ଭଲ ପାଉଥିଲା। କିନ୍ତୁ ପ୍ରେମିକାର ବାପା ଏହି ସମ୍ପର୍କକୁ ବିରୋଧ କରୁଥିଲେ। ଏକଥା ଜିତେନ୍ଦ୍ର ଦେହରେ ଗଲାନି । କେମିତି ପ୍ରେମିକାର ବାପାକୁ ଫସାଇ ଜେଲ ପଠାଇବ ସେନେଇ ଉପାୟ ଚିନ୍ତା କଲା। ନିଜେ ନିଜକୁ ଅପହରଣ କରିବା ପାଇଁ ନାଟକ ରଚିଥିଲା ଜିତେନ୍ଦ୍ର। ଏଥି​‌ରେ ତାର ବନ୍ଧୁ ରବି ତାକୁ ସାହାଯ୍ୟ କରିଥିଲା।

ନିଜ ଜାଲରେ ନିଜେ ଫସିଲା ପ୍ରେମିକ। ପ୍ରେମିକାକୁ ପାଇବା ପାଇଁ ଜାଲ ବିଛାଇଥିଲା ପ୍ରେମିକ। କିନ୍ତୁ
କେହି କିଛି ବୁଝିବା ଆଗରୁ ସେହି ଜାଲରେ ନିଜେ ଛନ୍ଦି ହୋଇଗଲା। ପୋଲିସ ମାଡ଼ରେ ଛାଡ଼ି ଗଲା ପ୍ରେମ ନିଶା। ସବୁବେଳେ ପ୍ରେମରେ ବାଡ଼ ସାଜିଥିବା ପ୍ରେମିକାର ବାପାକୁ ଫସାଇବାକୁ ଯାଇ ପ୍ରେମିକ ହଟହଟ୍ଟା ହୋଇଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଆମେଥିରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୨୩ରେ ଜିତେନ୍ଦ୍ର ଗୀତ ଶିଖିବାକୁ କହି ବାରଣସୀ ଯାଇଥିଲା। ଜାନୁଆରୀ ୨୪ ସକାଳେ ଜିତେନ୍ଦ୍ରର ଅପହରଣ ହୋଇଛି ଏବଂ ୧୦ ଲକ୍ଷ ଟଙ୍କ ନଦେଲେ ତାକୁ ଛଡ଼ାଯିବନି ବୋଲି ଏକ ଫୋନ୍‌ କଲ ପାଇଥିଲେ ତା ବାପା ସୁରେନ୍ଦ୍ର କୁମାର। ଏନେଇ ସୁରେନ୍ଦ୍ର ପୋଲିସକୁ ଜଣାଇଥିଲେ।

ପୋଲିସ ଖୋଜା ଖୋଜି କରି ଜାଣିବାକୁ ପାଇଥିଲା ଯେ ଫୋନ୍‌ କଲ ଜିତେନ୍ଦ୍ର ଫୋନ୍‌ରୁ କରାଯାଇଛି। ଏହା ସହ ସେହିଦିନ ରାତି ୨ରେ ସିମ୍‌କାର୍ଡ ପରିବର୍ତ୍ତନ ହୋଇଥିବା ବେଳେ ସୁରେନ୍ଦ୍ର କୁମାରଙ୍କ ପାଖକୁ ସକାଳ ୮ରେ କଲ ଆସିଥିଲା। ତେବେ ଏହି କାଣ୍ଡ ଜିତେନ୍ଦ୍ର ହିଁ କରିଛି ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା ବୋଲି ସୁଲତାନପୁର ଏସପି ଅରବିନ୍ଦ ଚତୁର୍ବେଦୀ କହିଛନ୍ତି।

ଜିତେନ୍ଦ୍ର ଓ ରବିକୁ ପୋଲିସ ଶିବଗଡ଼ରୁ ଗିରଫ କରିଛି। ପଚରା ଉଚରା ପରେ ସତ ଓଗାଳିଛି ଜିତେନ୍ଦ୍ର। ପ୍ରେମିକାର ବାପାକୁ ଫସାଇବା ପାଇ ‘ଅପହରଣ ନାଟକ’ ରଚିଥିଲା ବୋଲି ଜିତେନ୍ଦ୍ର କୁମାର କହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *