
ଇଛା ଶକ୍ତି ଆଗରେ ହର ମାନିଛି ପରିସ୍ଥିତି, ଅନେକ ବାଧାବିଘ୍ନକୁ ପ୍ରତିହତ କରି ସ୍ବପ୍ନକୁ ସାକାର କରିଛି ପୁତ୍ର ! ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଗାବୁଡି ଗ୍ରାମର ଦେଖିବାକୁ ମିଳିଛି ଏ ଭଳି ଏକ ଘଟଣା ! ସ୍ଵର୍ଗୀୟ ପିତାଙ୍କ ସ୍ଵପ୍ନ ସାର୍ଥକ କରିବାକୁ ଯାଇ ପୁତ୍ର ସୌମ୍ୟ ରଞ୍ଜନ ଯେନା ଚଳିତ ବର୍ଷ ନିଟ ପରିକ୍ଷାରେ 606 ନମ୍ବର ରଖି କୃତ କାର୍ଯ୍ୟ ହୋଇଛନ୍ତି । ବେଗୁନିଆପଡା ବ୍ଲକ ର ମର୍ଦକୋଟ ହାଇସ୍କୁଲରେ ଶିକ୍ଷକତା କରୁଥିବା ସ୍ଵର୍ଗତ ଭାଗିରଥି ଯେନା ଦୁଇ ବର୍ଷ ତଳେ ଏକ ମର୍ମନୁନ୍ତ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ! କିନ୍ତୁ ସ୍ଵପ୍ନ ରଖିଥିଲେ ନିଜ ପୁତ୍ରକୁ ଡାକ୍ତର କରିବାପାଇଁ ସଡ଼କ ଦୁର୍ଘଟଣାରେ ମୃତ୍ୟୁପରେ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡିର ଇନ୍ସୁରେନସ ନ ଥିବାରୁ ସେବାବଦକୁ ଟଙ୍କାଟିଏ ସାହାଯ୍ୟ ପାଇଲେ ନାହିଁ କିନ୍ତୁ ତାଙ୍କର ବିଧବା ପତ୍ନୀ କବିତା ଯେନା ବହୁତ ଦୁଃଖଦୁର୍ଦିନ ଓ ଅଭାବ ଅନାଟନ ମଧ୍ୟରେ ପୁତ୍ର କୁ ନିଜ ସ୍ଵାମୀଙ୍କ ସ୍ଵପ୍ନକୁ ସାକାର କରିବା ଲକ୍ଷ୍ୟରେ ତଥା ଡାକ୍ତର କରିବା ଉଦ୍ଦେଶରେ ଲାଗିପଡିଥିଲେ ! ଚଳିତ ବର୍ଷ ସୌମ୍ୟ ରଂଜନ ନିଟରେ ଉତ୍ତୀର୍ଣ ହୋଇଥିବାରୁ ମର୍ଦ୍ଦକୋଟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଙ୍ଗାଧର ପ୍ରଧାନ ସମସ୍ତ ଶିକ୍ଷକ ଓ ଅଞ୍ଚଳ ବାସୀ ଖୁସୀ ବ୍ୟକ୍ତ କରିଛନ୍ତି !