ବରିଷ୍ଠ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ସମ୍ମାନୀତ

ବରିଷ୍ଠ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ସମ୍ମାନୀତ

ଆମେରିକାର ଟେକ୍ସାସ ଅନ୍ତର୍ଗତ ହୋଷ୍ଟନ ସହରରେ ଥିବା ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ଓ ପ୍ରଖ୍ୟାତ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁଙ୍କୁ ସମ୍ମାନୀତ କରାଯାଇଛି । ଘନଶ୍ୟାମ ମହାପାତ୍ରଙ୍କୁ ‘ଚିତ୍ରଜ୍ୟୋତି ସମ୍ମାନ’ ଓ ସୁରେନ୍ଦ୍ର ସାହୁଙ୍କୁ ‘ଚିତ୍ରପ୍ରଭା ସମ୍ମାନ’ରେ ସମ୍ମାନୀତ କରାଯାଇଥିବା ଅନୁଷ୍ଠାନର ସଭାପତି ଗୋପାଳ ମହାପାତ୍ର ଜଣାଇଛନ୍ତି । ଘନଶ୍ୟାମ ମହାପାତ୍ର ‘କନକଲତା’ ଚଳଚ୍ଚିତ୍ର ସମେତ ବହୁ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ସୁରେନ୍ଦ୍ର ସାହୁ ବହୁ ଓଡ଼ିଆ ଚଳଚ୍ଚିତ୍ରର ସିନେମାଟୋଗ୍ରାଫି ସହ ବୈଷୟିକ ଶିକ୍ଷା କ୍ଷେତ୍ରରେ ଶହଶହ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଛନ୍ତି । ଉଭୟ ପ୍ରତିଭା ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଜୟଦେବ ପୁରସ୍କାର ପ୍ରାପ୍ତ । ତେବେ ଆମେରିକା ସ୍ଥିତ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପ୍ରଦତ୍ତ  ଏହି ପୁରସ୍କାର ସେପ୍ଟେମ୍ବର ୨୯ ତାରିଖ ଗୁରୁବାର ସକାଳ ୧୦ଟାରେ ଘନଶ୍ୟାମ ମହାପାତ୍ରଙ୍କ ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ବାସଭବନରେ ସକାଳ ୧୦ଟା ଓ ଶୁକ୍ରବାର ଦିନ ୧୧ଟାରେ ସୁରେନ୍ଦ୍ର ସାହୁଙ୍କୁ ତାଙ୍କ କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ବାସ ଭବନରେ ଦିଆଯିବ ।  ସଭାପତି ଗୋପାଳ ମହାପାତ୍ର ନିଜେ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *