୯ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିଯୁକ୍ତ

୯ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିଯୁକ୍ତ

ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମୟୂରଭଞ୍ଜରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦେବାଶିଷ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ କମଳା ତିରିଆଙ୍କୁ ଦାୟିତ୍ବ ଦିଆଯାଇଛି। କେନ୍ଦୁଝରରେ ଲକ୍ଷ୍ମୀ ନାୟକ ଓ ନାରାୟଣ ପୂର୍ତ୍ତି, ମାଲକାନଗିରିରେ ଆମ୍ମା ରବା ଓ ରାଇଲା ନାୟକ, କୋରାପୁଟରେ ଚନ୍ଦ୍ରଶେଖର ମାଝୀ ଓ ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁରରେ ଉପେନ୍ଦ୍ର ଗଣ୍ଡ ଓ ଭାନୁମତି ପୂଜାରୀ, ରାୟଗଡ଼ାରେ ଅନୁସୂୟା ମାଝୀ ଓ ବନମାଳୀ କାଡ୍ରକା, ଗଜପତିରେ ମାରିଆମ ରାଇତୋ ଓ ଧନେଶ୍ବର ଭୂୟାଁ, କନ୍ଧମାଳରେ ରୋଦନ ମଲ୍ଲିକ ଓ ନଳିନୀ କହଁରଙ୍କୁ ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟ ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ରେ ବର୍ତ୍ତମାନର ଅଧ୍ୟକ୍ଷ ବିନୟ କୁମାର ଟପୋ ତାଙ୍କ ପଦବିରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଥିଲା ବେଳେ ସୁଶିଳା ଟପ୍ନୋଙ୍କୁ ଉପାଧ୍ୟକ୍ଷ କରାଯାଇଛି। ଦୁଇ ବର୍ଷ ପାଇଁ ସମସ୍ତେ ଏହି ପଦବିରେ କାର୍ଯ୍ୟ କରିବେ। ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ଅନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।  

Leave a Reply

Your email address will not be published. Required fields are marked *