ଖୁଲମ୍‌ଖୁଲା ଚାଲିଥିଲା ଗୁଟ୍‌ଖା ବିକ୍ରି, ୨୧ଟି ଦୋକାନରେ ଚଢାଉ

ଖୁଲମ୍‌ଖୁଲା ଚାଲିଥିଲା ଗୁଟ୍‌ଖା ବିକ୍ରି, ୨୧ଟି ଦୋକାନରେ ଚଢାଉ

ବେଆଇନ୍‌ ଗୁଟ୍‌ଖା ଦୋକାନରେ ରେଡ୍‌ । ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଖୁଲମ୍‌ଖୁଲା ଗୁଟ୍‌ଖା ବିକ୍ରି କରାଯାଉଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଏପରି  ଆକ୍ସନ ନିଆଯାଇଛି । ଖବର ଅନୁଯାୟୀ,  ବୁଧବାର ଡ୍ରଗ୍ସ ଇନ୍‌ସପେକ୍ଟରଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଜି.ଉଦୟଗିରି ଅଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରିଥିଲେ । ଏହି ଚଢାଉର ଗୁଟ୍‌ଖା ଜବତ କରିବା ସହ ଜରିମାନା ମଧ୍ୟ ଆଦାୟ ହୋଇଛି । ପ୍ରାୟ ୨୧ଟି ଦୋକାନରୁ ତିନି ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ସେହିପରି ଆଗକୁ ଗୁଟ୍‌ଖା ବିକ୍ରି ନକରିବା ଲାଗି ବ୍ୟବସାୟୀଙ୍କୁ ତାଗିଦ କରିଛି ଟିମ୍‌ । ଏହି ରେଡରେ ସ୍ଥାନୀୟ ପୋଲିସ  ସହ ଫୁଡ଼୍‌ ସେଫଟି ଅଧିକାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *