
ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର। ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ରେଳ କର୍ମଚାରୀଙ୍କୁ ୭୮ ଦିନର ଦୀପାବଳି ବୋନସ ମିଳିବ। ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ। ରେଲେଓ୍ଵର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା । ରେଳବାଇ ଗତ ବର୍ଷ ମଧ୍ୟ କର୍ମଚାରୀଙ୍କୁ ୭୮ ଦିନର ବେତନ ବୋନସ ପ୍ରଦାନ କରିଥିଲେ। ଜଣେ ରେଳବାଇ କର୍ମଚାରୀଙ୍କର ୩୦ ଦିନକୁ ୭ହଜାର ଟଙ୍କା ବୋନସ ହେଉଛି। ଏଥିରେ ୭୮ ଦିନରେ କର୍ମଚାରୀ ପିଛା ୧୭, ୯୫୧ ଟଙ୍କା ବୋନସ ପଡୁଛି। ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ଗୁଜୁରାଟର କାଣ୍ଡାଲରେ ଦୀନ ଦୟାଲ ପୋର୍ଟ ଅଥରିଟି ଅଧିନରେ ଏକ କଣ୍ଟେନର ଟର୍ମିନାଲ ଏବଂ ମଲ୍ଟି ପରପଜ୍ କାର୍ଗୋ ବର୍ଥ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହେବ।