ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳିବ ଯୁବ ଓ ଛାତ୍ର ବିଜେଡି

ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳିବ ଯୁବ ଓ ଛାତ୍ର ବିଜେଡି

ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଏହାକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଯୁବ ଓ ଛାତ୍ର ବିଜେଡି ନିଷ୍ପତ୍ତି ନେଇଛି। ସାରା ରାଜ୍ୟରେ ଦଳ ପକ୍ଷରୁ ରକ୍ତଦାନ ଶିବିର କରାଯିବ। ଗୋଟିଏ ଦିନରେ ୧୦ ହଜାର ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲା ୱାରୀ ବିଜେଡି ପକ୍ଷରୁ ରକ୍ତ ଶିବିର ଆୟୋଜନ କରାଯିବ । ଏହାବ୍ୟତୀତ ସାରା ରାଜ୍ୟରେ ସେହିଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ ଦଳ। ଓଡ଼ିଶାରେ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି। କେବେବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତି ହୋଇନାହିଁ। ଜୀବନ ବିନ୍ଦୁ, ଓଡ଼ିଶା ମୋ ପରିବାର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ କରିଆସୁଛି। ତେଣୁ ନବୀନଙ୍କ ଜନ୍ମଦିନରେ ଏ ସାମାଜିକ ପ୍ରତିବଦ୍ଧତାକୁ ଆହୁରି ଜୋରଦାର କରାୟିବ ବୋଲି ଦଳ କହିଛି। ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ସ୍ଥିର ସରକାର ଯୋଗୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ଓଡ଼ିଶାବାସୀ ଅକୁଣ୍ଠ ସମର୍ଥନ ଦେଇ ଆସୁଛନ୍ତି। .

Leave a Reply

Your email address will not be published. Required fields are marked *