ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ବର୍ନ୍ଧନା

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ବର୍ନ୍ଧନା

ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ  ତଥା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ବର୍ନ୍ଧନା ଦିଆଯାଇଛି । ସୂଚନା ମୁତାବକ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହାସଲ କରିଥିବା ଭଦ୍ରକ ମାଟିର ସନ୍ତାନ ସୁଶ୍ରୀ କୁସ୍ତୁରୀ ପଣ୍ଡା, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ଓ ଶୀ ରାକେଶ କୁମାର ସାହୁ  ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏହି ଅବସରରେ ସେହି ପ୍ରତିଭା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ ଉଦ୍ଦେଶ୍ୟ ରେ ଏକ ସ୍ବତନ୍ତ୍ର ଉତ୍ସବ  ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ  ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍ ପି ବରୁଣ ଗୁଣ୍ଟୁପାଲି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି  ସହିତ ଭଦ୍ରକର ଅନ୍ୟ ଅତିଥି ଓ  ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ଉକ୍ତ ପ୍ରତିଭାଧାରୀ  ଛାତ୍ର ଛାତ୍ରୀ ମାନଙ୍କୁ  ମାର୍ଗ ଦର୍ଷନ  କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ମାନୀତ କରାଯାଇଅଛି।

Leave a Reply

Your email address will not be published. Required fields are marked *