
ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଦ୍ବାରା ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର କେନ୍ଦ୍ରାପଡା ଓ ଯୁଦୁପୁରରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁଣାତ୍ମକ ମୁଲ୍ୟବୋଧ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ମୁଲ୍ୟବୋଧ ଶିକ୍ଷା ନିର୍ବାହକ ଡକ୍ଟର କ୍ଷୀରୋଦ କୁମାର ପାଢୀ, ବିଦ୍ୟାଳୟ ସଂଯୋଜକ ସ୍ମୁତି ରଞ୍ଜନ ଜେନା ଅଧୁନା ଶିକ୍ଷାନୁଷ୍ଠାନର ଛାତ୍ରର ପୂର୍ଣାଙ୍ଗ ବିକାଶ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମୂଲ୍ୟବୋଧ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରଶିକ୍ଷଣ ଭାବେ ବିଶାଖାପାଟଣା ସ୍ଥିତ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିରର ଅଭିଜ୍ଞ ପ୍ରଶିକ୍ଷକ ଶ୍ରୀମତି ସାଇ ଗୀତା ଓ ନମିତା ମହାନ୍ତି ,ମାନବୀୟ ମୂଲ୍ୟବୋଧ ଶିକ୍ଷା ,ସଫଳ ଅଭିଭାବକତ୍ବ, ଆଦର୍ଶ ଶିକ୍ଷକ, ଆଦି ବିଷୟରେ ଆଲୋଚନା କରିଥିଲେ। ବିଦ୍ୟା ମନ୍ଦିରର ଅଧକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ସ୍କୁଲ ର ସେକ୍ରେଟାରୀ ରାଜକିଶୋର ମିଶ୍ର ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଦସ୍ୟ ନରେନ୍ଦ୍ର ନାଥ ପତି ,ସହଯୋଗୀ ରାଧାକୃଷ୍ଣ ସାହୁ, ସମେତ ବିଦ୍ୟା ମନ୍ଦିର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିଲେ।