ଖବର ଆଜିର:31/05/2023

ଖବର ଆଜିର:31/05/2023

୧-ପଶ୍ଚିମରେ ତାତି, ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି,୪୩ଂ ଛୁଇଁଲା ସମ୍ବଲପୁର।

୨-୨୦୨୩-୨୪ ଶିକ୍ଷାବର୍ଷରୁ +୨ରେ ବଢ଼ିବ ୧୩ ହଜାର ସିଟ୍‌, ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା,୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ ହେବ।

୩-ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ।

୪-୨୩ ଜିଲାକୁ ଝଡ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି।

୫-ଭୁବନେଶ୍ୱର:୧୭ ପ୍ରକଳ୍ପର ଭିତ୍ତିପ୍ରସ୍ତର,୪ ଶିଳ୍ପ ଉଦଘାଟନ, ୩୬୨୯ କୋଟିର ନିବେଶ ଓ ୯୨୦୫ ନିଯୁକ୍ତି ସମ୍ଭାବନା.. ନିବେଶ ଆକର୍ଷଣରେ ଓଡ଼ିଶା ଦ୍ବିତୀୟ: ମୁଖ୍ୟମନ୍ତ୍ରୀ

୬-ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ଆପଣାଇଲେ ଆର୍ଟିଫିସିଆଲ ଇଂଟେଲିଜେନ୍ସ: ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଦିଆଯିବ ପ୍ରଶିକ୍ଷଣ।

୭-ଭୁବନେଶ୍ୱର: ଚଳିତ ବର୍ଷରୁ ନବମ ଓ ଦଶମ ପିଲାମାନଙ୍କୁ ମିଳିବ ମାଗଣା ପୋଷାକ।

୮-ପୁରୀ:ଋକ୍ମିଣୀ ହରଣ ନୀତି ପାଇଁ ଦିନ ୧ଟାରୁ ୫ଟା ଯାଏଁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ।

୯-କଟକରେ ପୁଣି ଅଘଟଣ: ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ଭୁଷୁଡ଼ିଲା ପୋଲ, ନାବାଳିକା ଗୁରୁତର।

୧୦-ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଉପରୁ କମିବ ସବସିଡି ! ଜୁନ୍‌-୧ରୁ ମହଙ୍ଗା ହୋଇପାରେ ଇ-ସ୍କୁଟର

୧୧-ପୁରୀ ମାଳତୀପାଟପୁର ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା, ୭ ଗିରଫ, ୩ଟି ଦେଶୀ ବନ୍ଧୁକ ଜବତ।

୧୨-ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣାରେ ମୋଟ ୨୬ଜଣ ଚିହ୍ନଟ,୭ ଗିରଫ।

୧୩-ASO ମେରିଟ୍‌ ଲିଷ୍ଟ ରଦ୍ଦ ପ୍ରସଙ୍ଗ: ହାଇକୋର୍ଟରେ ଦାୟର ହେଲା ରିଭ୍ୟୁ ପିଟିସନ।

୧୪-ପୁରୀ:ରଥଖଳା ଚଳଚଞ୍ଚଳ, ତିନି ରଥର ଉଠିଲା ଚାରି ନାହାକା।

୧୫-ଭଞ୍ଜନଗର ବଜ୍ରାଘାତରେ ଗାଈ ମୃତ୍ୟୁ ଘଟଣା: ମୃତ ଗାଈ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କା।

୧୬-ଡିଜିଟାଲ କାରବାର ଉପରେ ଭିଜିଲାନ୍ସର ନଜର: ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

୧୭-ଉଦ୍ଧବ ଗୋଷ୍ଠୀର ଦାବିରେ ପୁଣି ଅସ୍ଥିର ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଭାଙ୍ଗିପାରେ ସିନ୍ଦେ ସରକାର ।

୧୮-ଜୁଲାଇ ୪ରେ ଭର୍ଚୁଆଲ ମୋଡରେ SCO ଶିଖର ସମ୍ମିଳନୀ, ପିଏମ୍ ମୋଦୀ କରିବେ ଅଧ୍ୟକ୍ଷତା।

୧୯-ବଙ୍ଗୋପସାଗରର କିଛି ଅଞ୍ଚଳକୁ ଆଜି ପ୍ରବେଶ କରିଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ।

୨୦-ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ; ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ।

Leave a Reply

Your email address will not be published. Required fields are marked *