ମହମ୍ମଦ ସଲିମ ପ୍ରିମୀୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

ମହମ୍ମଦ ସଲିମ ପ୍ରିମୀୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

ବରଗଡ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ପ୍ରଥମ ମହମ୍ମଦ ସଲିମ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଜି ପୂର୍ବାହ୍ନ ରେ ବରଗଡ ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପୂର୍ବତନ ଓଡ଼ିଶା ଯୁବ ଦଳର ପ୍ରତିଭାବାନ ଖେଳାଳୀ ମହମ୍ମଦ ସଲିମଙ୍କ ସ୍ମୃତିରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ର ସାଧାରଣ ସମ୍ପାଦକ ରବି ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଚନ୍ଦ୍ର ଶେଖର ପ୍ରଧାନ,କ୍ରୀଡା ସଂସଦ ଫୁଟବଲ ସମ୍ପାଦକ ସେକ ସବଦର, କାଉନସିଲ ସଦସ୍ୟ ଦିଲିପ ସାୱଡ଼ିଆ, ସ୍ବର୍ଗତ ସାଲିମ ଙ୍କ ଭାଇ ମହମ୍ମଦ ଜମିର, ପୌର ପରିଷଦ କାଉନସିଲର ଶ୍ୟାମ ଚରଣ ରାଉତ,ମନୋଜ ସିଂ, ବ୍ଲୁ ଡ଼ାଇମଣ୍ଡ କ୍ଲବ ର ସଭାପତି ଅମିୟ ଭୂଷଣ ସାହୁ,ସଦସ୍ୟ ପ୍ରଦୀପ ସାହୁ , ନନ୍ଦନ ମହାନନ୍ଦ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ରୋମାଞ୍ଚକର ପ୍ରଥମ ମ୍ୟାଚ୍ ରେ ବରଗଡ ସ୍ଵାଗ ହିଟର୍ଷ ଦଳ ସୁପର ଓଭର ଜରିଆରେ ମ୍ୟାଚ୍ ଜିତି ନେଇଥିଲା। ଖେଳକୁ ଓସିଏ ପ୍ୟାନାଲ ଆମ୍ପାୟାର ପ୍ରଦୀପ ନନ୍ଦ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିଲା ବେଳେ ସ୍କୋର ର ଥିଲେ ମନୋଜ ପାତ୍ର । ଖେଳ ର ଧାରା ବିବରଣୀ ପ୍ରକାଶ କରୁଥିଲେ ମହମ୍ମଦ ଏଫ୍ରୋଜ ଓ ଶୁଭମ୍ ପାତ୍ର।

Leave a Reply

Your email address will not be published. Required fields are marked *