ଖବର ଆଜିର : ତାରିଖ ୦୪/୦୬/୨୩, ରବିବାର

ଖବର ଆଜିର : ତାରିଖ ୦୪/୦୬/୨୩, ରବିବାର

୧-ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩୦୦ ଟପିଲା ମୃତ୍ୟୁ ସଂଖ୍ୟା, ୧୦୫୦ ଆହତ।

୨-ଦାରୁବ୍ରହ୍ମଙ୍କ ଅପେକ୍ଷାରେ ସ୍ନାନବେଦୀ,ଆଜି ଦିବ୍ୟ ସ୍ନାନ ଓ ହାତୀ ବେଶ।

୩-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୪ ଜିଲ୍ଲାପାଳଙ୍କୁ ଚିଠି କଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ।ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ ।

୪-ଜାରିରହିବ ତାତି ଓ ଗୁଳୁଗୁଳି,୨ ସହରରେ ପାରଦ ୪୪ଂ ଓ ୧୮ ସହରରେ ତାପମାତ୍ରା ୪୦ଂ ଉପରେ।

୫-ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଗୁରୁତର ଓ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ।

୬-ଭୁବନେଶ୍ୱର: ବିଧାନ ସଭାରେ ସବୁ ବିଧାୟକଙ୍କ ଟେବୁଲ୍ ଉପରେ ଲାଗିବ କମ୍ପ୍ୟୁଟର।

୭-ଭୁବନେଶ୍ୱର:ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସଚିବ ମନୋନୀତ, ଖୁବ୍ ଶୀଘ୍ର ମିଳିବ ନୂତନ ନିଯୁକ୍ତି।

୮-ମାଲକାନଗିରି: ପାଠପଢ଼ା ପାଇଁ ଅର୍ଥାଭାବ, ଗ୍ରୀଷ୍ମ ଅବକାଶରେ ଶ୍ରମିକ ସାଜୁଛନ୍ତି ଆଦିବାସୀ ଛାତ୍ରଛାତ୍ରୀ।

୯-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ସଂଗ୍ରହ କଲା ଜାରକା ରୋଟାରୀ କ୍ଲବ।

୧୦-ଯାଜପୁର: ବରୀ ତନ୍ତିଘାଇରେ ଡ଼ଙ୍ଗା ବୁଡି ୨ ନାବାଳିକା ନିଖୋଜ।

୧୧-ଭୟଙ୍କର ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।

୧୨-ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଦିଦି, ଗୁରୁତରଙ୍କ ପାଇଁ ପଠାଇଲେ ୪୦ ଜଣ ଡାକ୍ତର।

୧୩-ଓଡିଶା ସରକାର, ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ’, ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଜଣାଇଲେ ସାଧୁବାଦ।

୧୪-ପାଟନା:ଭଉଣୀକୁ ଅଶ୍ଳୀଳ ବ୍ୟବହାର କରିଥିବା ଯୁବକକୁ ହତ୍ୟାକଲା ଭାଇ।

୧୫-ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା।

୧୬-ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲରେ ଶୁଣାଣି ଆରମ୍ଭ, RSS ଉପରେ କରିଥିଲେ ଟିପ୍ପଣୀ।

୧୭-ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲା ତାମିଲନାଡୁ, ସାହାଯ୍ୟ ପାଇଁ ଛତିଶଗଡର ପ୍ରସ୍ତାବ

୧୮-ବାହାନଗା ଟ୍ରେନ ଟ୍ରାଜେଡି : ଶୋକ ପ୍ରକାଶ କଲେ ପୁଟିନ ଓ ଋଷି ସୁନକ।

Leave a Reply

Your email address will not be published. Required fields are marked *