
୧-କଟକ:ବଦଳିଲେ ୨୧ ପୁଲିସ ଅଧିକାରୀ, ଏଥିରେ ଅଛନ୍ତି ୧୧ ଜଣ ଇନ୍ସପେକ୍ଟର,୭ ଜଣ ସବ ଇନସ୍ପେକ୍ଟର ଓ ୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର।
୨-ଭୁବନେଶ୍ୱର:ବଦଳିଲା ମୋ ବସ୍ ଟିକେଟ୍ କାଟିବା ଢାଞ୍ଚା-ଏଣିକି ବାହାରେ ଟିକଟ କରିବେ।
୩-ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି -ମାସର ତୃତୀୟ ବୁଧବାରରେ ଖୋଲିବ ଦିଅଁଙ୍କ ଦାନ ହୁଣ୍ଡି।
୪-ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ଦିନ ତାପମାତ୍ରା ଝାରସୁଗୁଡାରେ ୪୫.୬ ଡିଗ୍ରୀ ସେଲସିଅସ।
୫-ଜୁନ୍ ୧୩ରେ ମୁକ୍ତିଲାଭ କରିବ ସିନେମା ଲଭ୍ ଇନ୍ ଲଣ୍ଡନ, ଲାଭାଂଶ ଅର୍ଥର ୧୦% CMRFକୁ ଦିଆଯିବ।
୬-ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭା ହେବ ବିଶ୍ବ ବିଖ୍ୟାତ, କିଟ୍ ଓ କିସରେ ଆରମ୍ଭ ହେଲା ଜନଜାତୀୟ ଖେଳ ମହୋତ୍ସବ।
୭-କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଆରମ୍ଭ:ମଙ୍ଗୋଲିଆକୁ ହରାଇଲା ଭାରତ।
୮-ମହାବଳକୁ ବିଷ ଦେଇ ମାରିଦେବା ଅଭିଯୋଗ ପରେ ତନାଘନା, ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ।
୯-ବାଲୁଗାଁ: ମାଲବାହି କୋଇଲା ବୋଝଇ ଟ୍ରେନର ଏକ ବଗିରେ ନିଆଁ ଲାଗିଛି,ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା।
୧୦-କିଟ୍ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ , ଚେନ୍ନାଇର ଭାରତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍, ୫୨ରେ ପହଞ୍ଚିଲା ଡିଗ୍ରୀ ସଂଖ୍ୟା।
୧୧-ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ।
୧୨-ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ଆସିବେ ଅରବିନ୍ଦ ଅଗ୍ରୱାଲ।
୧୩-ଭାଙ୍ଗିଲା ଶବ ରଖାଯାଇଥିବା ସ୍କୁଲ ଘର ! ବାହାନଗା ସ୍କୁଲର ହେବ ପୁନଃନିର୍ମାଣ
୧୪-ଘରେ ବିଜୁଳି କଟି ଯିବାରୁ ଟ୍ରାନ୍ସଫର୍ମରକୁ ପଥର ମାରିଲେ ନିଶାଶକ୍ତ ଯୁବକ: ସାରା ରାତି ଅନ୍ଧାରରେ ରହିଲା ପାରାଦୀପ ବାଲିଝର ବସ୍ତି।
୧୫-ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଚିଠି।
୧୬-ନୂଆଦିଲ୍ଲୀ:ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ କାରବାରରେ ୩୩୨% ବୃଦ୍ଧି।
୧୭-ଦେଶରେ ତିଆରି ହେବ ୫୦ଟି ନୂଆ ମେଡିକାଲ କଲେଜ, ଆଗକୁ ବଢିବ ଏମବିବିଏସ ସିଟ୍ ସଂଖ୍ୟା।
୧୮-ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର।
୧୯-ଭାରତର ୧୦ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ।
୨୦-୨୦୨୪ ନିର୍ବାଚନ ପୂର୍ବରୁ ଇଭିଏମ୍ ଏବଂ ପେପର ଟ୍ରେଲ୍ ମେସିନର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ।
୨୧-୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ଆକଳନ ୬.୫ – ୭%।