
୧-ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ,ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
୨-ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମିଳିବ ୪ଲକ୍ଷ ଟଙ୍କା
୩-ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ, ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ୨୭୧କୋଟି ୭ ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ।
୪-ଆକାଶରୁ ଅଗ୍ନି ବର୍ଷା… ସମ୍ବଲପୁରରେ ୪୬ ଡିଗ୍ରୀ ଟପିଲା ତାପମାତ୍ରା, ୪୪.୩ରେ ଜଳିଲା ଭୁବନେଶ୍ଵର।
୫-ଭୁବନେଶ୍ୱର: ବିଦ୍ୟାଳୟ ଖୋଲିଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମୋ ଡାଏରୀ।
୬-ଭୁବନେଶ୍ୱର: ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ,OSSC ଦ୍ବାରା ୧୦୮ ପ୍ରଶିକ୍ଷକ ମନୋନୀତ।
୭-ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ 5-T ସଚିବ, କହିଲେ- ୭ଦିନରେ ଦାବି ପୂରଣ କରିବେ ମୁଖ୍ୟମନ୍ତ୍ରୀ।
୮-ଭିଡିଓ କନଫରେନସିଂ ଜରିଆରେ କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲ୍ଟି ସ୍ପେସିଆଲିଟି ହସପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୯-ବିଜୁଳି କାଟ ସମସ୍ୟା-“ସୋସିଆଲ୍ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ସମାଧାନ କର”: ମୁଖ୍ୟ ଶାସନ ସଚିବ।
୧୦-କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି କ୍ରୀଡ଼ା ମହୋତ୍ସବର ଉଦଯାପନୀ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ।
୧୧-ବାହାନଗାରେ ଏକାଦଶାହ ପାଳିଲେ ସ୍ଥାନୀୟ ଲୋକ । ମୃତକଙ୍କ ଆତ୍ମାର ସଦଗତି ପାଇଁ କଲେ ପ୍ରାର୍ଥନା।
୧୨-ଗଞ୍ଜାମ ପୋଲିସ୍ର କାର୍ଯ୍ୟାନୁଷ୍ଠାନ: ତିନି ଦିନରେ ଧରାପଡ଼ିଲେ ୫୧ ମଦ୍ୟପ, ଜବତ ହେଲା ଗାଡ଼ି।
୧୩-ତାତି ଆହୁରି ଜଳାଇବ ୫ ଦିନ, ଆଗାମୀ ୫ ଦିନ ଯାଏ ତାପମାତ୍ରାର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ।
୧୪-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।
୧୫-ସୌରିନ ଭଟ୍ଟଙ୍କ ନାମରେ ମାମଲା ରୁଜୁ, ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ।
୧୬-୨୦୨୬ ସୁଦ୍ଧା ଭାରତରେ ସୃଷ୍ଟି ହେବ ୬ କୋଟି ଚାକିରି।
୧୭-ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ବରେ ୧ନଂ ଭାରତ।
୧୮-ସିଭିଲ ସର୍ଭିସେସ୍ ପ୍ରାରମ୍ଭିକ ପରୀକ୍ଷା ଫଳ ପ୍ରକାଶିତ,୧୪ ହଜାର ୬୨୪ଜଣ ଉତ୍ତୀର୍ଣ୍ଣ।
୧୯-ଆସୁଛି ଭୟଙ୍କର ବାତ୍ୟା ବିପର୍ଯ୍ୟୟ, ଗୁରୁବାର ଅପରାହ୍ନରେ ଛୁଇଁବ ଗୁଜରାଟର ଜଖୈ ବନ୍ଦର।
୨୦-ସାଂଘାତିକ ଖବର ! କୋଭିଡ୍ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ଡାଟା ଲିକ୍, ସ୍ପଷ୍ଟୀକରଣ ରଖିଲେ ସରକାର।