ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ମା’ ଆହତ

ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ମା’ ଆହତ

ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି । ଏପରି ଅମାନୁଷିକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଭାଲୁଗୁହା ଗାଁରେ । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଭାଲୁଗୁହା ଗାଁର ଗୁରୁଚରଣ କିସାନଙ୍କ ବଡ଼ପୁଅ ମିଶ୍ର କିସାନ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ଘରର କୌଣସି କଥାକୁ ନେଇ ବାପା ଗୁରୁଚରଣଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ମିଶ୍ର କିସାନ ତାଙ୍କ ବାପାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରି ତିନି ସାନ ଭାଇଙ୍କ ସାମ୍ନାରେ ସେ ତାଙ୍କ ବାପାଙ୍କୁ ପିଟି ମାରି ଦେଇଥିଲେ। ଏହି ଘଟଣା ବେଳେ ଗୁରୁଚରଣଙ୍କ ପତ୍ନୀ ବୁଦୁନୀ କିସାନ ଘରେ ନଥିଲେ। ସେ ଘରକୁ ଫେରିବା ପରେ ବାପାଙ୍କୁ କାହିଁକି ମାରିଲୁ ବୋଲି ପୁଅ ମିଶ୍ର କିସାନକୁ ପଚାରିବରୁ  ଏଥିରେ ଉତ୍‌କ୍ଷିପ୍ତ ହୋଇ ମିଶ୍ର କିସାନ ଠେଙ୍ଗାରେ ତାଙ୍କ ମା’ଙ୍କୁ ମଧ୍ୟ ପିଟିଥିଲା ଯାହାଫଳରେ ମାଆ  ବୁଦୁନୀ କିସାନ ଆହତ ହୋଇଛନ୍ତି। ଘଟଣା ସଂପର୍କରେ ଗୁରୁଚରଣଙ୍କ ମଝିଆଁ ପୁଅ ଲଇମୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ପୁଅ ମିଶ୍ର କିସାନଙ୍କୁ ପୁଲିସ ଗିରଫ କରିଥିଲା। 

Leave a Reply

Your email address will not be published. Required fields are marked *