ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର

ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର

୧-ଆଜି ପହିଲି ରଜ.. ଜମିଲାଣି ରଜ ଆସର, ଦୋଳି ଖେଳ ସହ ପୋଡ଼ ପିଠା, କାକରା ପିଠା, ଚକୁଳି ପିଠା ଓ ରଜପାନରେ ମହକୁଛି ଗାଁ ଠୁ ସହର।

୨-ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି।ଏହା ଦ୍ୱାରା ମହଙ୍ଗା ଭତ୍ତା-DA ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ହେଲା ବୃଦ୍ଧି।

୩-ପାଚିକା-ସହାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଜଭେଟି, ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା ଲେଖାଏଁ ଭତ୍ତା।

୪-ପ୍ରକାଶ ପାଇଲା ନିଟ-୨୦୨୩ ପରୀକ୍ଷାଫଳ: ଦେଶରେ ଏ. ପ୍ରଭଞ୍ଜନ ଓ ରାଜ୍ୟରେ ସ୍ବୟଂଶକ୍ତି ତ୍ରିପାଠୀ ଟପ୍ପର।

୫-ବାହାନଗା ରେଳ ଦୁର୍ଘଟଣା- ୫ ଜଣ ରେଳ କର୍ମଚାରୀ ଏବେ ସିବିଆଇ ସ୍କାନରରେ।

୬-ଆୟଠାରୁ ୧୮୩ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ କଟକ ସଦରର ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ, ବାନ୍ଧିଲା ଭିଜିଲାନ୍ସ।

୭-କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା: ମହିଳା ଥାନା ପୋଲିସର ତନାଘନା ଆରମ୍ଭ।

୮-ସମର୍ପଣ ମନୋଭାବ ନେଇ ରଥଯାତ୍ରାକୁ ସଫଳ କରିବା: ଭିଡିଓ କନଫରେନ୍‌ସିଂରେ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।

୯-ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବାଷ୍ପ ପାଇପ ଫାଟି ୧୮ ଆହତ ଜଣେ ଗୁରୁତର।

୧୦-୧୯ରୁ +୨ ତତ୍କାଳ ପରୀକ୍ଷା ଫର୍ମ ପୂରଣ, ଜୁଲାଇ ୧୩ରେ ପରୀକ୍ଷା।

୧୧-ବଲାଙ୍ଗିର ଛୁଇବନ୍ଧରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ ମୃତ।

୧୨-ବାଲିଗୁଡ଼ା:ଉଦାହରଣ ସାଜିଲେ ନବବଧୂ ଦେବକୀ, ଯୌତୁକ ପ୍ରଥାକୁ ବିରୋଧ କରି ଶାଶୂ ଘର ଛାଡ଼ି ବାପ ଘରକୁ ଚାଲି ଆସିଲେ।

୧୩-ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ।

୧୪-୨ ଦିନ ପାଇଁ ଉପକୂଳ ଓ ଦକ୍ଷିଣ ଓଡ଼ିଶା ପାଇଁ ଆଶ୍ଵସ୍ତି, ପଶ୍ଚିମ ଓଡ଼ିଶାକୁ ତାତିରୁ ନାହିଁ ନିସ୍ତାର।

୧୫-ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ନିଯୁକ୍ତି ପାଇଲେ ୭୦ ହଜାର ଯୁବକ ଯୁବତୀ।

୧୬-ବିଦେଶରେ ଟ୍ରକ ଯାତ୍ରା କଲେ ରାହୁଲ ଗାନ୍ଧୀ: ୱାଶିିଂଟନ ଡିସିରୁ ବାହାରିଲେ ନ୍ୟୁୟର୍କରେ ପହଁଚିଲେ।

୧୭-ରାଜଧାନୀ ଦିଲ୍ଲୀ ସହ ଉତ୍ତର ଭାରତରରେ ଭୂକମ୍ପ ଝଟକା, ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ଚଣ୍ଡିଗଡ , ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୪ ରେକର୍ଡ।

୧୮-ଗୁଜରାଟ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’ ; ସ୍ଥଳଭାଗ ସ୍ପର୍ଶ କରିବା ପୂର୍ବରୁ ତାଣ୍ଡବ, ବର୍ଷାରେ କାନ୍ଥ ପଡି ୨ ଶିଶୁ ଓ ଗଛ ପଡି ମହିଳା ମୃତ।

୧୯-ମମତା ବାନାର୍ଜୀଙ୍କୁ ୬୦୦ କେଜି ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା।

୨୦-ୟୁକ୍ରେନର କ୍ରିଭ୍‌ ରିହ୍‌ ଉପରେ ରୁଷର ମିସାଇଲ ମାଡ଼, ନଷ୍ଟ ହେଲା ବିଲ୍ଡିଂ, ୧୦ ମୃତ।

Leave a Reply

Your email address will not be published. Required fields are marked *